ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜିଲ୍ଲା ଡାକ୍ତରଖାନାର ଜଣେ ୱାର୍ଡବଏ ମୃତମହିଳାଙ୍କ ସୁନା କାନଫୁଲ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି।
यूपी : शामली के जिला अस्पताल में वार्ड बॉय ने महिला की लाश से कुंडल चुरा लिए। रोड एक्सीडेंट में महिला की मौत हुई थी। CCTV देखिए।@riyaz_shanupic.twitter.com/9ioH5JDUXe
— Sachin Gupta (@SachinGuptaUP) April 20, 2025
ଏହି ସମ୍ପୂର୍ଣ୍ଣ ଘଟଣାଟି ହସ୍ପିଟାଲର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ଉକ୍ତ ୱାର୍ଡବଏଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାବ୍ରି ଅଞ୍ଚଳର ହିରଣୱାଡା ଗ୍ରାମର ନିବାସୀ ସଚିନ କୁମାରଙ୍କ ୨୬ ବର୍ଷୀୟା ପତ୍ନୀ ଶ୍ୱେତାଙ୍କର ଗତଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା।
ପୋଷ୍ଟମର୍ଟମ ପୂର୍ବରୁ ବାବ୍ରି ପୁଲିସ ଷ୍ଟେସନର ମହିଳା ପୁଲିସ କର୍ମଚାରୀମାନେ ମୃତଦେହ ଯାଞ୍ଚ କରିବା ଆରମ୍ଭ କରିଥିଲେ, ଏହି ସମୟରେ ସେମାନଙ୍କ ମୃତମହିଳାଙ୍କ ଗୋଟିଏ କାନରେ କାନଫୁଲ ଥିବା ବେଳେ ଅନ୍ୟଟିରେ ନଥିବା ଦେଖିବାକୁ ପାଇଥିଲେ।
ପ୍ରଥମେ ପରିବାର ସଦସ୍ୟମାନେ ପୁଲିସ ଉପରେ ଅଳଙ୍କାର ଚୋରି ଅଭିଯୋଗ କରିଥିଲେ। ତଦନ୍ତ ହେବା ଦେଖି ୱାର୍ଡବଏ ବିଜୟ ଭୟଭୀତ ହୋଇ ପୁଲିସକୁ କାନଫୁଲ ଫେରାଇ କହିଥିଲେ ଏହା ସେ ଚଟାଣରେ ପଡ଼ିଥିବା ପାଇଥିଲେ।
ପୁଲିସକୁ ୱାର୍ଡବଏ ବିଜୟଙ୍କ ବୟାନ ଉପରେ ସନ୍ଦେହ ହୋଇଥିଲା। ଏହାପରେ ମୃତକଙ୍କ ପରିବାର ସଦସ୍ୟ ଏବଂ ପୁଲିସ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ଆହୁଜାଙ୍କୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ କହିଥିଲେ।