ହସ୍ପିଟାଲରେ ତିନିବର୍ଷର ଶିଶୁ ୱାର୍ଡ ବୟ ଦ୍ବାରା ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଓଖଲା ଅଞ୍ଚଳର ସରକାରୀ ହସ୍ପିଟାଲରେ ଜଣେ ୩ବର୍ଷ ଶିଶୁ ୱାର୍ଡ ବୟ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉକ୍ତ ୱାର୍ଡବୟ ନାମ ଅମରନାଥ ବୋଲି ଜଣାପଡ଼ିଛି। ପୁଲିସ ଏହି ମାମଲାରେ ପକ୍ସୋ ଆକ୍ଟ ଅନୁସାରେ ମକଦ୍ଦମା ରୁଜୁ କରିଛି।

ସୂଚନାଯୋଗ୍ୟ, ଗତରବିବାର ୩ବର୍ଷର ଶିଶୁ ନିଜ ମା’ ସହ ହସ୍ପିଟାଲକୁ ଆସିଥିଲା। ଏହି ସମୟରେ ମା’ ଶିଶୁଟିକୁ ଏକ ରୁମରେ ବସାଇ କୌଣସି ଏକ କାମରେ ଯାଇଥିଲେ। ଏହି ସମୟରେ ଓ୍ବାର୍ଡ଼ ବୟ ଅମରନାଥର ଖରାପ ନଜର ଏହି ଶିଶୁ ଉପରେ ପଡ଼ିଥିଲା। ସେ ଶିଶୁଟିକୁ ଏକୁଟିଆ ପାଇ ତା’ ସହ ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିଥିଲା। ୱାର୍ଡ ବୟ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଶିଶୁଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା।

ମା’ କାମ ସାରି ଝିଅ ପାଖକୁ ଫେରିଥିଲେ। ଝିଅର ଏପରି ଅବସ୍ଥା ଦେଖି ସେ ସ୍ତବ୍ଧ ହୋଇଯାଇଥି‌ଲେ। ଶିଶୁଟି ଯନ୍ତ୍ରଣାରେ କାନ୍ଦି ଚାଲିଥାଏ। ସଙ୍ଗେସଙ୍ଗେ ମା’ ଏହି ଘଟଣା ବିଷୟରେ ପୁଲିସରେ ଅଭିଯୋଗ କରିବା ସହିତ ଚିକିତ୍ସା ପାଇଁ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଶିଶୁଟି ଏବେ ବିପଦମୁକ୍ତ ରହିଛି।

 

ସମ୍ବନ୍ଧିତ ଖବର