ଓଏଏସ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଗୁରୁବାର ଓ୍ଵାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତରଫରୁ ସନ୍ତୋଷିନୀଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରାଯାଇଛି। ସମନ ସତ୍ତ୍ୱେ କୋର୍ଟରେ ହାଜର ନ ହେବାରୁ ଓଏଏସ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ସନ୍ତୋଷିନୀ ଆଇଏଏସ ପ୍ରେମାନନ୍ଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର