ନୂଆଦିଲ୍ଲୀ: ଜଣେ ଚାରି ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରାଯାଇଥିବା କଥାକୁ ନେଇ ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ମହର୍ଷି ବାଲ୍ମିକୀ ହସ୍‌ପିଟାଲ୍‌ରେ କେତେକ ସ୍ଥାନୀୟ ଲୋକେ ହଟଗୋଳ କରିଥିବା କଥା ପୁଲିସ କହିଛି।

Advertisment

ପଶ୍ଚିମବଙ୍ଗ ଡାକ୍ତରଖାନାରେ ହୋଇଥିବା ବିବାଦ ଯୋଗୁଁ ଡାକ୍ତରମାନଙ୍କ ଧର୍ମଘଟ ପ୍ରତ୍ୟାହାରର ଦିନକ ପରେ ଏ ଭଳି ଘଟଣା ଘଟିଛି।

ବାଓ୍ଵାନା ଅଞ୍ଚଳରେ ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କ ଦୁଷ୍କର୍ମରେ ସରବ୍ୟ ହୋଇଛି ବୋଲି କୁହାଯାଉଥିବା ସେ ୪ ବର୍ଷୀୟ ବାଳିକାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଅଣାଯାଇଥିଲା।

ସେତେବେଳେ ଡାକ୍ତରଖାନାରେ ଉଠା ଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଜଣେ ନିରାପତ୍ତା କର୍ମଚାରୀଙ୍କ ସହ ଦଳେ ଲୋକଙ୍କର ବଚସା ଚାଲିଛି। ପରେ ପରେ ସେ ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାର ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରି ପକାଉଛନ୍ତି।

ଝିଅଟି ତାଙ୍କ ଘରଠାରୁ କିଛି ଦୂରରେ ଖେଳୁଥିବା ବେଳେ ସେ ବ୍ୟକ୍ତି ଜଣକ ତାକୁ ଅସଭ୍ୟ ରୂପେ ସ୍ପର୍ଶ କରୁଥିଲେ ବୋଲି ଜଣେ ବାଟୋଇ ଦେଖିବା ପରେ ଏ କଥା ଚାରିଆଡ଼େ ପ୍ରଚାର ହୋଇଯାଇଥିଲା।

ପୀଡ଼ିତାର ବାପା ବାଓ୍ଵାନା ଥାନାରେ ଏ ସଂକ୍ରାନ୍ତରେ ଜଣାଇଥିବା କଥା ପୁଲିସ କହିଛି।

କିଙ୍ଗ୍‌ସ୍‌େଓ୍ଵ କ୍ୟାମ୍ପ୍‌ ଅଞ୍ଚଳରେ ଅବସ୍ଥିତ ମହର୍ଷି ବାଲ୍ମିକୀ ହସ୍‌ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜୀବ ସାଗର କହନ୍ତି ଯେ ସନ୍ଧ୍ୟା ୬ଟା ବେଳେ ନିରାପତ୍ତା ଏବଂ ଅନ୍ୟ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କର ବଚସା ହୋଇଥିଲା।

ପ୍ରଥମେ ଏକାଧିକ ଆଘାତ ଲାଗିଥିବା ଜଣେ ବ୍ୟକ୍ତିଙ୍କୁ ଅଣାଯାଇଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। କିଛି ସମୟ ପରେ ଯୌନ-ଉତ୍ପୀଡ଼ନରେ ସରବ୍ୟ ହୋଇଥିବା ଜଣେ ୪ ବର୍ଷୀୟ ବାଳିକାକୁ ଅଣାଯାଇଥିଲା। ତା’ର ମାଇନା ପାଇଁ ଆମେ ପ୍ରୋଟକଲ୍‌ ଅନୁସାରେ ସବୁ ଜିନିଷ କରିବା ପରେ ତାକୁ ଲେବର୍‌ ରୁମ୍‌କୁ ପଠାଇଥିଲୁ।

କିନ୍ତୁ, ତା’ର କିଛି ଅଧିକ ଡାକ୍ତରୀ ପରୀକ୍ଷା ଆବଶ୍ୟକ ଥିଲା। ଯେହେତୁ ୪ଟା ପରେ ଆମର ସବୁ ଜରୁରୀକାଳିନୀ ସେବା ବନ୍ଦ ହୋଇଯାଏ, ସେଥିପାଇଁ ଆମେ ତାକୁ ଏଠାରୁ ୮ରୁ ୧୦ କିଲୋମିଟର୍‌ ଦୂରବର୍ତ୍ତୀ ଡାକ୍ତର ବିଏସ୍‌ଏ ହସ୍‌ପିଟାଲ୍‌କୁ ପଠାଇଲୁ। ସେହି କାରଣରୁ ଗାଁ ଲୋକେ ଝଗଡ଼ା ଆରମ୍ଭ କରି କର୍ମଚାରୀମାନଙ୍କୁ ମାରଧର କରିବାକୁ ଉଦ୍ୟମ କଲେ। ଡାକ୍ତରଖାନା ତରଫରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରକୁ ଆସିଲା।

ଦୁଷ୍କର୍ମରେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।