ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଜଣେ କାର୍ ଚାଳକ କିଭଳି ଏକ ବାଇକକୁ ପ୍ରଥମେ ଧକ୍କା ଦେଉଛନ୍ତି ଓ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କିଭଳି ଘୋଷାଡ଼ି ଘୋଷଡ଼ି ଆଗକୁ ଟାଣି ନେଉଛନ୍ତି, ତାହା ସିସିଟିଭିରେ କଏଦ ହୋଇଛି। ଏବେ ସେହି ସମୟର ଭିଡିଓଟି ଭାଇରାଲ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଯୁବକ ଏବେ ଗୁରୁତର ଥିବା ଜଣା ପଡ଼ିଛି। ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଚାଳକକୁ ଗିରଫ କରିଥିବା ନେଇ ସୂଚନା ମିଳିଛି।
#WATCH Chhattisgarh: Two bike-borne men were hit by a car after which one of them was dragged by it on road in Raipur. Police say,"Accused has been arrested. The man who was riding the bike received minor injuries while other is seriously injured and admitted to hospital".(13.12) pic.twitter.com/vNJGga3gZM
— ANI (@ANI) December 14, 2019
ସୂଚନା ମୁତାବକ, ଡିସେମ୍ବର ୧୩ରେ ଏକ ବାଇକରେ ଦୁଇ ଯୁବକ ଯାଉଥିବା ବେଳେ ପଛପଟୁ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା। ଯାହା ଫଳରେ ବାଇକରୁ ଜଣେ ରାସ୍ତା କଡ଼କୁ ପଡ଼ିଯିବା ସହ ଆଉ ଜଣେ କାର ଆଗରେ ପଡ଼ି ଯାଇଥିଲେ। ଏହା ଜାଣି କାର୍ ଚାଳକ କିଛି ସମୟ ପାଇଁ ଅଟକି ଥିଲେ ମଧ୍ୟ ପରେ ସେ ଆଗକୁ ବଢ଼ିଥିଲେ। ଯାହାଦ୍ବାରା ଗାଡ଼ି ଆଗରେ ପଡ଼ିଥିବା ଯୁବକ କାର ସହ ଘୋଷାଡ଼ି ହୋଇ ଆଗକୁ ଚାଲି ଯାଇଥିଲେ। ତେବେ ଏହି ଘଟଣା ପରେ ବାଇକରେ ବସିଥିବା ଯୁବକ ଅଧିକ ଗୁରୁତର ଥିବା ବେଳେ ଅଭିଯୁକ୍ତ ଚାଳକକୁ ଗିରଫ କରି ନେଇଛି ପୁଲିସ।