ଚେନ୍ନାଇ: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ୱେବ୍ ଡିଜାଇନିଂ ଫାର୍ମର ମାଲିକ ଥିବା ୨୯ ବର୍ଷର ଜଣେ ବ୍ୟକ୍ତି ମହିଳା କର୍ମଚାରୀଙ୍କ ଶୌଚାଳୟରେ ଏକ ସିସିଟିଭି କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ, ପଲ୍ଲିଭାଲିର ବାସିନ୍ଦା ଏସ୍ ସଞ୍ଜୁ ଗତ ଚାରି ବର୍ଷ ଧରି ଜେଡଥ୍ରୀ ଇନଫୋଟେକ ନାମକ ଏକ ୱେବ୍ ଡିଜାଇନ୍ ଫାର୍ମ ଚଳାଉଛନ୍ତି। ପ୍ରାୟ ବର୍ଷେ ଦେଢ଼ ବର୍ଷ ପୂର୍ବରୁ ସେ ନାଗେରକୋଏଲ୍ ଅଞ୍ଚଳରେ ଏକ ନୂତନ କାର୍ଯ୍ୟାଳୟକୁ ଖୋଲିଥିଲେ। ଏକ ସପ୍ତାହ ପୂର୍ବରୁ ସେ ତାଙ୍କ ସହ ନାଗେରକୋଏଲ୍ କାର୍ଯ୍ୟାଳୟରେ କାମ କରିବାକୁ ତିନିଜଣ ମହିଳା ନିଯୁକ୍ତ କରିଥିଲେ।

Legalities of Using a Hidden Camera: How to Know When It's Legal and Illegal

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନାଗେରକୋଏଲ୍ କାର୍ଯ୍ୟାଳୟରେ ଦୁଇଟି ଶୌଚାଳୟ ଅଛି। ଗୋଟିଏ ମହିଳା ଏବଂ ଅନ୍ୟଟି ପୁରୁଷଙ୍କ ପାଇଁ ରହିଛି। ଗତ ଶୁକ୍ରବାର ସକାଳେ ଯେତେବେଳେ କାର୍ଯ୍ୟାଳୟକୁ ଜଣେ ନୂତନ ନିଯୁକ୍ତ ମହିଳା କର୍ମଚାରୀ ଶୌଚାଳୟକୁ ଯାଇଥିଲେ ସେତେବେଳେ ତାଙ୍କୁ ସେଠାରେ କିଛି ଅସ୍ବଭାବିକ ଲାଗିଥିଲା। ସେ ଶୌଚାଳୟ ଭିତରେ ଏକ ସ୍ଥାନରେ କଳା ଆବରଣ ଦେଖିଥିଲେ । ସେଠାକୁ ଯାଇ ଦେଖିଲା ବେଳକୁ ସେଠି ଏକ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା। ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସନ୍ଧ୍ୟାରେ ସେ ପୁଲିସ ଷ୍ଟେସନକୁ ଯାଇ ତାଙ୍କ ନିଯୁକ୍ତିଦାତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଏହା ପରେ ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ମହିଳାମାନଙ୍କ ଶୌଚାଳୟରୁ କ୍ୟାମେରା ଜବତ କରି ସଞ୍ଜୁଙ୍କୁ ଗିରଫ କରିଥିଲା। ଏଥିସହିତ ନିଯୁକ୍ତିଦାତାଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ମଧ୍ୟ ଜବତ କରିଛି ପୁଲିସ। ପୁଲିସ ଜବତ କରିଥିବା ଏହି ସାମଗ୍ରୀକୁ ସାଇବର କ୍ରାଇମ ସେଲକୁ ପଠାଇ ଦେଇଛି। ଏହା ଜାଣିବା ପାଇଁ କି ସେଥିରେ ମହିଳା କର୍ମଚାରୀଙ୍କ କିଛି ଅଶ୍ଳୀଳ ଫଟୋ କି ଭିଡିଓ ରହିଛି କି ନାହିଁ।