ବିବାହ ଅଧା ସରିଥିବା ବେଳେ ବରଙ୍କ ଫୋନକୁ ଆସିଲା ଭାବି ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର‌ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବର ତାଙ୍କ ବିବାହକୁ ଅଧାରୁ ବନ୍ଦ କରିବାକୁ କହି ବରଯାତ୍ରୀ ନେଇ ଘରକୁ ଚାଲି ଆସିଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ପରେ ବର କହିଥିଲେ, ‘ବଧୂଙ୍କ ପ୍ରେମିକ ମୋତେ ଫୋନ କରି ଗାଳି ଦେବା ସହିତ ଅଶ୍ଳୀଳ ଫଟୋ ପଠାଇଥିଲେ। ଏସବୁ ଜାଣିବା ପରେ ବି ମୁଁ କ’ଣ ବିବାହ କରିବି?’

ସୂଚନାଯୋଗ୍ୟ, ମଇ ୨୮ ତାରିଖରେ ସିଦ୍ଧାର୍ଥନଗର ଜିଲ୍ଲାର ଏକ ଗ୍ରାମରେ ଜଣେ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ତାରିଖ ସ୍ଥିର ହୋଇଥିବା ଦିନ ବର ବରଯାତ୍ରୀ ନେଇ କନ୍ୟା ଘରେ ଆସି ପହଞ୍ଚି ଯାଇଥିଲେ। ବିବାହର କିଛି ରୀତିନୀତି ଆରମ୍ଭ ହୋଇଥିବା ବେଳେ ଆଉ କିଛି ବାକି ରହିଥିଲା।

ଏହି ସମୟରେ ବରଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଉକ୍ତ ଅଜଣା ବ୍ୟକ୍ତି ତାଙ୍କୁ ଗାଳି ଦେବା ସହିତ ଯେଉଁ ଯୁବତୀଙ୍କ ସହିତ ତାଙ୍କର ବିବାହ ହେବାକୁ ଥିଲା ତାଙ୍କ ସହିତ ଥିବା ଅଶ୍ଳୀଳ ଫଟୋ ଓ ଭିଡିଓକୁ ସେ ବରଙ୍କ ପାଖକୁ ପଠାଇଥିଲା। ଯାହାକୁ ଦେଖିବା ପରେ ବରଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। କାନ୍ଦକାନ୍ଦ ହୋଇ ବିବାହ ଅଧାରୁ ବରଯାତ୍ରୀଙ୍କୁ ନେଇ ଘରକୁ ଫେରି ଯାଇଥିଲେ।

ଏହି ଘଟଣାରେ ପୁଲିସରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ଯୁବତୀଙ୍କ ପ୍ରେମିକକୁ ଗିରଫ କରିଛି। ଏଥିସହିତ ତାର ଫୋନକୁ ଜବତ କରିଛି। ଯେଉଁ ଫୋନରୁ ସେ ବରଙ୍କୁ ଅଶ୍ଳୀଳ ଫଟୋ ପଠାଇଥିଲା।

ସମ୍ବନ୍ଧିତ ଖବର