ବିବାହ ମଣ୍ଡପ ଶୌଚାଳୟରେ ତିନି ବର୍ଷ ଶିଶୁକୁ ଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିବାହ ମଣ୍ଡପ ନିକଟରେ ଥିବା ଶୌଚାଳୟ ଭିତରେ ତିନିବର୍ଷର ଶିଶୁ ସହିତ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏଭଳି ଏକ ଘଟଣା ମେନପୁରୀ ଜିଲ୍ଲା ଭୋଙ୍ଗବ ଅଞ୍ଚଳରେ ଗତବୁଧବାର ବିଳମ୍ବିତ ରାତିରେ ଘଟିଛି। କୁହାଯାଉଛି କି, ଶିଶୁଟି ତାର ବାପା-ମା’ଙ୍କ ସହିତ ବିବାହ ଭୋଜିରେ ସାମିଲ ହେବାକୁ ଆସିଥିଲା। ବାପା-ମା’ କୌଣସି କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ବିବାହ ମଣ୍ଡପରେ ଖେଳୁଖେଳୁ ହଠାତ କେଉଁଆଡ଼େ ଚାଲି ଯାଇଥିଲା। ଏ ନେଇ ତାର ବାପା-ମା’ଙ୍କୁ କୌଣସି ବି ସୂଚନା ନଥିଲା। ବିବାହରେ ସାମିଲ ହେବାକୁ ଆସିଥିବା ଜଣେ ମହିଳା ଅତିଥି ଶୌଚାଳୟ ଯିବା ପରେ ସେଠାରେ ଶିଶୁକୁ  ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶୌଚାଳୟ ଭିତରୁ ଜଣେ ଯୁବକ ତରବର ହୋଇ ଚାଲି ଯାଉଥିବା ବି ତାଙ୍କ ଦୃଷ୍ଟିରେ ପଡ଼ିଥିଲା। ଏହାପରେ ସେ ଅନ୍ୟମାନଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ହସଖୁସିର ପରିବେଶରେ ସଙ୍ଗେସଙ୍ଗେ ଦୁଃଖର ଛାୟା ଖେଳି ଯାଇଥିଲା।

Image result for wedding-ceremony-3-year-old-girl-marriage-hall-bathroom-rape
News Track English

ପୀଡିତାଙ୍କ ପରିବାର ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ମେନପୁରୀ ପୁଲିସ ଅଧୀକ୍ଷକ (ଏସ୍‌ପି) ଅଜୟ କୁମାରଙ୍କ କହିବାନୁସାରେ, ଶିଶୁର ଅବସ୍ଥା ସ୍ଥିର ରହିଛି। ଚିକିତ୍ସା ପରେ ଶିଶୁ ସହିତ ଦୁଷ୍କର୍ମ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଆଇପିସି ଧାରା ୩୭୬(ଦୁଷ୍କର୍ମ) ଓ ପକ୍ସୋ ଆକ୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ୧୨ରୁ ଊର୍ଧ୍ୱ ଜଣଙ୍କୁ ପଚରାଉଚରା ପାଇଁ ବିଚାର ବିଭାଗୀୟ ହେପାଜତକୁ ନେଇଛି।

ସମ୍ବନ୍ଧିତ ଖବର