କୋଲକାତା : ପଶ୍ଚିମବଙ୍ଗରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କଲେଜ ଛାତ୍ରୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଉକ୍ତ କଲେଜ ଛାତ୍ରୀ ଜଣକ ଏକ ମଲରୁ ଚକଲେଟ ଚୋରି କରିଥିଲେ। ଏହି ଚୋରି ସମୟରେ ସେ ଧରାପଡ଼ି ଯାଇଥିଲେ। ଆଉ ଘଟଣାସ୍ଥଳରେ ଉପସ୍ଥିତ ଥିବା ମଲର କର୍ମଚାରୀମାନେ ତାଙ୍କ ଫଟୋ ଉଠାଇ ନେଇଥିଲେ। ପରେ ଉକ୍ତ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। କିଛିଦିନ ପରେ ଉକ୍ତ ଛାତ୍ରୀଙ୍କ ଚକଲେଟ ଚୋରି କରିବାର ଫଟୋ ଭାଇରାଲ ହୋଇଯାଇଥିଲା। ଲୋକଲଜ୍ଜା ସହି ନପାରି ଶେଷରେ ଛାତ୍ରୀ ଜଣକ ଜୀବନ ହାରି ଦେଇଥିଲେ।
ମୃତ ଛାତ୍ରୀଙ୍କ ନାମ ପୂଜା ଘୋଷ। ସେ ସେପ୍ଟେମ୍ବର ୨୯ ତାରିଖରେ ତାଙ୍କ ସାନ ଭଉଣୀ ସହିତ ଜିନିଷପତ୍ର କିଣିବାକୁ ମଲକୁ ଯାଇଥିଲେ। ସେଠାରେ ଥିବା ଚକଲେଟ ଦେଖି ତାଙ୍କର ଲୋଭ ହୋଇଥିଲା। ସେ କାହାରିକୁ କିଛି ନକହି ଉକ୍ତ ଚକଲେଟକୁ ଚୋରି କରି ନେଇଥିଲେ। କିନ୍ତୁ ଚୋରି କରିବା ସମୟରେ ସେ ଧରାପଡ଼ି ଯାଇଥିଲେ।
ଏହାରପରେ ମଲ କର୍ମଚାରୀଙ୍କ ସମ୍ମୁଖରେ ନିଜ ଭୁଲ ସ୍ବୀକାର କରି ନେଇଥିଲେ। ଚକଲେଟ ବାବଦକୁ ଯେତିକି ଟଙ୍କା ମଲ କର୍ମଚାରୀ ଦାବି କରିଥିଲେ ସେ ଦେଇ ବି ଦେଇଥିଲେ। ଏହା ସତ୍ତ୍ବେ ପୂଜାଙ୍କ ଚକଲେଟ ଚୋରି ସମୟର ଫଟୋକୁ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାକୁ ଦେଖି ପୂଜାଙ୍କୁ ଲୋକେ ଟାହିଟାପରା କରିବା ଆରମ୍ଭ କରି ଦେଇଥିଲେ। ଏସବୁ ସହି ନପାରି ଶେଷରେ ପୂଜା କିଛି ଭୁଲ ଠିକ ଚିନ୍ତା ନକରି ଜୀବନ ହାରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/a51e2497-36d8-41af-9c71-08325dcb6f0a.jpg)