କୋଲକତା : ତୃଣମୁଳ କଂଗ୍ରେସ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍ରତ ଜହାଁଙ୍କ ସ୍ୱାମୀ ନିଖିଲ ଜୈନ୍ ବଡ଼ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି । ଭିଆଇପି ନମ୍ବର ଦେବାକୁ କହି ଅଭିଯୁକ୍ତମାନେ ତାଙ୍କ ଠାରୁ ୪୫ହଜାର ଟଙ୍କା ଠକି ନେଇଛନ୍ତି । ଅଭିଯୁକ୍ତମାନେ ନିଖିଲଙ୍କୁ ତାଙ୍କ ପସନ୍ଦର ନମ୍ବର ଦେବେ ବୋଲି କହି ୪୫ହଜାର ଟଙ୍କା ମାଗିଥିଲେ । ବିଶ୍ୱାସ କରି ନିଖିଲ ଟଙ୍କା ଦେଇଥିବା ବେଳେ ଏବେ ସେ ଠକାମୀର ଶିକାର ହୋଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜ ବିବାହ ଭୋଜିର ପୂର୍ବ ଦିନ ପୁଲିସରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୁଲିସ । କେବଳ ନିଖିଲ ନୁହନ୍ତି, କୋଲକାତାରେ ଅନେକ ଲୋକ ଭିଆଇପି ନମ୍ବର ପାଇଁ ଠକାମୀର ଶିକାର ହୋଇଥିବା ସାମ୍ନାକୁ ଆସିଛି । ୪ବର୍ଷ ପୂର୍ବେ ଦିଲ୍ଲୀ ପୁଲିସ ଭିଆଇପି ନମ୍ବର ଦେବା ନାଁରେ ଠକେଇ କରୁଥିବା ଗ୍ୟାଙ୍ଗକୁ ସଲ୍ଟଲେକ୍ରୁ ଠାବ କରି ଗିରଫ କରିଥିବା ବେଳେ ଏବେ ୪ବର୍ଷ ପରେ ପୁଣି ଥରେ ସେଭଳି ମାମଲା ସାମ୍ନାକୁ ଆସିବା ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି ।
/sambad/media/post_attachments/wp-content/uploads/2019/07/nusrat-933978907_6-300x169.jpg)
ସୂଚନା ମୁତାବକ, ମେ’ ୨୬ ପରେ ଦିନେ ଅଭିଯୁକ୍ତମାନେ କୌଣସି ଟେଲିକମ ଅଧିକାରୀଙ୍କ ନମ୍ବରରୁ ବାରମ୍ବାର ମେସେଜ କରି ଭିଆଇପି ନମ୍ବର ଦେବା କଥା କହିଥିଲେ । ଏହା ସହ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ୪୫ହଜାର ଟଙ୍କା ଦେବାକୁ କହିଥିଲେ । ଟଙ୍କା ପଠାଯିବା ପରେ ଅଭିଯୁକ୍ତମାନେ ଫୋନ ବା ମେସେଜର କୌଣସି ଜବାବ ନ ଦେବାରୁ ନିଖିଲ ଅଭିଯୋଗ କରିଥିବା ଜଣା ପଡ଼ିଛି । ବ୍ୟାଙ୍କଧାରୀଙ୍କ ଖାତା ଗୁଜୁରାଟର ବଡ଼ୋଦରାର ସୁଭାନପୂରା ବ୍ରାଞ୍ଚରେ ଥିବା ଜଣାପଡ଼ିଛି ।