ପଶ୍ଚିମବଙ୍ଗରେ ସଂଖ୍ୟାଗରିଷ୍ଠ ସଂପ୍ରଦାୟ ଉପରେ ଆକ୍ରମଣ, ଭାଙ୍ଗିଦେଲେ ଘରଦ୍ୱାର

କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ହିଂସା ଦେଖିବାକୁ ମିଳିଛି। ରାଜ୍ୟର ଡାଇମଣ୍ଡ୍‌ ହର୍ବର ଲୋକସଭା ଅଧୀନରେ ଥିବା ସାତଗାଛିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛି ସଂଖ୍ୟାଗରିଷ୍ଠ ସଂପ୍ରଦାୟର ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଛି ଗୁଣ୍ଡା  ସଂଖ୍ୟାଗରିଷ୍ଠ ସଂପ୍ରଦାୟଙ୍କ ଘରେ ପଶି ସେମାନଙ୍କ ଘର ଭାଙ୍ଗି ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପଛରେ ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସର ହାତ ଅଛି ବୋଲି ଅଭିଯୋଗ ହୋଇଛି।

ଶୁକ୍ରବାର ରାତିରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ବି ତାହା ଜାରି ରହିଛି। ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି ଯେ ମେ ୧୧ ତାରିଖ ରାତିରେ କିଛି ସଂଖ୍ୟାଗରିଷ୍ଠ ସଂପ୍ରଦାୟ ବ୍ୟକ୍ତିଙ୍କ ସହ ଏପରି ଘଟିଥିଲା।

ତେବେ, ଜାଣିବାକୁ ମିଳିଛି ଆକ୍ରମଣ କରିଥିବା ବ୍ୟକ୍ତିମାନେ ଉଭୟ ବିଜେପି ଓ ଟିଏମ୍‌ସିର ସମର୍ଥକ। ସେହି ହିଂସା ଗତକାଲି ରାତିରେ ପୁଣି ଥରେ ଆରମ୍ଭ ହୋଇ ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା।

ପ୍ରଥମରୁ ପୁଲିସ୍‌କୁ ସେହି ଗାଁ ଭିତରକୁ ଛଡ଼ା ଯାଉନଥିଲା। ପରେ ପୁଲିସ୍‌ ରାପିଡ୍‌ ଅକ୍ସନ ଫୋର୍ସକୁ ନେଇ ବଳପୂର୍ବକ ଗାଁ ଭିତରକୁ ପଶିବା ପରେ କ୍ଷତାକ୍ତ ଅବସ୍ଥାରେ କଛି ଲୋକଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର