ପୁରୀ: ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ଅର୍କକ୍ଷେତ୍ର କୋଣାର୍କ ଅଞ୍ଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ପିତୃହରା ଯୁବତୀଙ୍କୁ ଚାକିରୀ ଦେବା ନାଁରେ ଜଣେ ଯୁବତୀଙ୍କୁ କୋଣାର୍କ ନେଇ ଆସିଥିଲେ। ବଙ୍ଗୀୟ ଯୁବତୀଙ୍କୁ ଏଠାରେ ଏକ ଦେହ ବ୍ୟବସାୟ କାମରେ ଲଗାଇ ଦିଆଯାଇଥିଲା। ଆଜି ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଏକ ଲଜରୁ ଉଦ୍ଧାର କରିଛନ୍ତି। ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ପୀଡ଼ିତାଙ୍କୁ ବିକ୍ରି କରିବା ପାଇଁ ଜଣେ ଯୁବକ ଯୋଜନା କରୁଥିଲା। ଏହି ସମୟରେ ଯୁବତୀ ଚିତ୍କାର କରିବାରୁ କିଛି ଲୋକ ଶୁଣିଥିଲେ। ସେମାନେ ହଠାତ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପଡ଼ୀତାଙ୍କୁ ପୁରୀ ଜିଲ୍ଲାର ଗୋପସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଫେରାର ଅଛି।

ସମ୍ବନ୍ଧିତ ଖବର