ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦ ସହରରେ ହ୍ଵାଟ୍ସଆପ ଡିପିକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳା ନିଜ ବିବାହ ସମୟରେ ତିଆରି ହୋଇଥିବା ଗଣେଶଙ୍କ ମୂର୍ତ୍ତିକୁ ହ୍ଵାଟସ୍ ଆପ୍ ଡିପିରେ ଲଗାଇଥିଲେ। ଏହି କାରଣରୁ ନିଜର ସ୍ୱାମୀଙ୍କଠାରୁ ସେ ମାଡ ଖାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି ନେଇଛି।
ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏପରି, ଅହମ୍ମଦାବାଦ ସହରରେ ତିନି ବର୍ଷ ପୂର୍ବେ ୨୯ ବର୍ଷିୟା ଆଦିତି ମଧୁଙ୍କ ବିବାହ କଳ୍ପେନ କୃଷ୍ଣକାନ୍ତଙ୍କ ସହ ହୋଇଥିଲା । ମାତ୍ର କଳହ କାରଣରୁ ବିବାହର କିଛି ମାସ ପରେ କଳ୍ପେନ ଓ ମଧୁଙ୍କ ଛାଡପତ୍ର ହୋଇଥିଲା। ଏହାପରେ କଳ୍ପେନ ଧରା ନାମକ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଦିନେ ହଠାତ କଳ୍ପେନ ନିଜ ଦ୍ଵିତୀୟ ପତ୍ନୀଙ୍କ ସହ ପୂର୍ବପତ୍ନୀ ମଧୁଙ୍କ ଘରେ ପହଞ୍ଚି ହ୍ଵାଟ୍ସଆପ ଡିପି ହଟାଇବା ପାଇଁ ଧମକ ଦେଇଥିଲା । କାରଣ ସେହି ଡିପିରେ ଗୋଟିଏ ଗଣେଶଙ୍କର ଫଟୋ ରହିଥିଲା । ଯେଉଁ ଗଣେଶ କଳ୍ପେନଙ୍କ ବିବାହରେ ପ୍ରସ୍ତୁତ କରାଯାଇଥିଲା। ମଧୁଙ୍କ କହିବା ଅନୁସାରେ, ତାଙ୍କ ସହିତ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ମାଡପିଟ ମଧ୍ୟ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/download-3-8.jpg)