ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମ୍ରୋହାରେ ଜଣେ ଶିକ୍ଷୟିତ୍ରୀ ରିଲ୍ସ କରିବା ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀ ଜଣକ ରିଲ୍ସ କରିବା ନିଶାରେ ପିଲାଙ୍କ ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଉକ୍ତ ଶିକ୍ଷୟିତ୍ରୀ ଜଣକ ବେକରେ ସାପକୁ ପକାଇ ହ୍ବାଟସ ଆପ ଷ୍ଟାଟସ ବି ଦେଇଥିଲେ। ଷ୍ଟାଟସ ଦେଇ ସେଥିରେ ‘ଖତରୋ କି ଖିଲାଡ଼ି’ ଲେଖିଥିଲେ।
ଏହି ଫଟୋଟି ଆମ୍ରୋହା ଜିଲ୍ଲା ଗଜରୌଲା ଖଣ୍ଡ ବିକାଶର ରହିଛି। ସୁଲତାନ ଥେର ପ୍ରାଥମିକ ବିଦ୍ୟାଳୟରେ ମହିଳା ଶିକ୍ଷୟିତ୍ରୀ ନିଶୁ ସାପ ସହିତ ଖେଳ ଖେଳି ବେକରେ ପକାଇ ଫଟୋ ଉଠାଇଥିଲେ।
ଏହି ସମୟରେ ନିଶୁ ସ୍କୁଲ ପିଲାଙ୍କ ସହିତ ନିଜ ପୁଅ ବେକରେ ବି ଉକ୍ତ ସାପକୁ ପକାଇଥିଲେ। ଏହାର ଫଟୋ ଉଠାଇ ରିଲ୍ସ କରି ନିଶୁ ହ୍ବାଟସ ଆପ ଷ୍ଟାଟସ ଦେଇଥିଲେ। ଏହି ଷ୍ଟାଟସ ନିଶୁଙ୍କ କଣ୍ଟାକ୍ଟ ତାଳିକାରେ ଯେଉଁମାନେ ଥିଲେ ସମେସ୍ତ ଦେଖିବା ସହିତ କେହିକେହି ଏହାର ସ୍କ୍ରିଟସଟ ମାରି ବି ରଖି ଦେଇଥିଲେ।
ଏହି ସ୍କ୍ରିନସଟ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଥିଲା। ଏ ଫଟୋ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ପ୍ରକାଶ ଚାନ୍ଦଙ୍କ ନଜରରେ ପଡ଼ିବା ପରେ ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଶିକ୍ଷୟିତ୍ରୀ ନିଶୁ ଯଦି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।