କରୋନା ପରିସ୍ଥିତିର ଲାଭ ଉଠାଇ ବ୍ୟାଙ୍କରୁ ୨୧ଲକ୍ଷ ଟଙ୍କା ଲୁଟି ନେଲେ ଡକାୟତ, ଖୋଜୁଛି ପୁଲିସ

ମଥୁରା : କୋଭିଡ-୧୯ ସହିତ ଏବେ ସାରା ଦେଶ ଲଢ଼ୁଥିବା ବେଳେ ଏହାର ଟୀକା ବାହାର କରିବା ପାଇଁ ବିଶ୍ୱର ଅନେକ ବୈଜ୍ଞାନିକ ଲାଗି ପଡିଛନ୍ତି | ଏଭଳି ସ୍ଥିତିରେ ଲୋକ କରୋନାକୁ ହରାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉତ୍ତରପ୍ରଦେଶର ମଥୁରାରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଚାରିଜଣ ଚୋର ଉତ୍ତରପ୍ରଦେଶର ମଥୁରାରେ ଥିବା ଏକ ଗ୍ରାମୀଣ ବ୍ୟାଙ୍କରୁ ୨୧ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି |

ବ୍ୟାଙ୍କରେ କେବଳ ୩ଜଣ କର୍ମଚାରୀ ଉପସ୍ଥିତ ଥିବାବେଳେ ଦାମୋଦରପୁରାରେ ଥିବା ଆର୍ଯ୍ୟଭଟ ଗ୍ରାମୀଣ ବ୍ୟାଙ୍କରେ ପଶି ଅଭିଯୁକ୍ତମାନେ ବ୍ୟାଙ୍କ ଲୁଟିଥିଲେ ବୋଲି ଜଣାପଡିଛି । ଏହି ଘଟଣା ସମୟରେ ବ୍ୟାଙ୍କରେ ଉପସ୍ଥିତ ଥିବା ବ୍ୟାଙ୍କ କର୍ମଚାରୀ ନରେନ୍ଦ୍ର ଚୌଧରୀଙ୍କ କହିବା ମୁତାବକ, ଜଣେ ମୁଖା ପିନ୍ଧିଥିବା ବ୍ୟକ୍ତି ବ୍ୟାଙ୍କରେ ପ୍ରବେଶ କରି ତାଙ୍କ ମୁଣ୍ଡରେ ବନ୍ଧୁକ ରଖିଥିଲେ। କିଛି ସମୟ ପରେ ଅନ୍ୟ ତିନି ଜଣ ବ୍ୟାଙ୍କ ଭିତରକୁ ଆସି ଆସିଷ୍ଟାଣ୍ଟ ମ୍ୟାନେଜର ନୀଲମ ସିଂ ଏବଂ କ୍ୟାସିୟର ସ୍ରିଷ୍ଟି ସକ୍ସେନାଙ୍କୁ ପିସ୍ତଲ ଦେଖାଇ ସେମାନଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିଲେ। ପରେ ଆକ୍ରମଣକାରୀମାନେ ସମସ୍ତଙ୍କ ମୋବାଇଲ୍ ଫୋନ୍ ନେଇ ଶୌଚାଳୟରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସହ ସମସ୍ତଙ୍କୁ ତାଲା ପକାଇ ଦେଇଥିଲେ। ଏହା ପରେ ସେମାନେ କ୍ୟାସିୟରଙ୍କୁ ଟଙ୍କା ଥିବା କୋଠରୀ ଖୋଲିବାକୁ ବାଧ୍ୟ କରିଥିଲେ ଏବଂ ପରେ ୨୧,୦୭,୧୨୭ଟଙ୍କା ନେଇ ପଳାଇ ଯାଇଥିଲେ।

Robbers | theft, burglary and people concept - thief in mask… | Flickr
Flickr

ମଥୁରା ଏସଏସପି ଗୌରବ ଗ୍ରୋଭର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ମାମଲାର ସମାଧାନ ପାଇଁ ପାଞ୍ଚଟି ପୁଲିସ ଟିମ୍ ଗଠନ କରାଯାଇଛି ଏବଂ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟକୁ ସିଲ୍ କରାଯାଇଛି, ତଥାପି ଲୁଟେରାଙ୍କୁ ଗିରଫ କରାଯାଇ ନାହିଁ ବୋଲି ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର