ଟିକ୍‌-ଟକ୍‌ ଭିଡିଓ କରୁ କରୁ ଆରପାରିକୁ ଚାଲିଗଲେ ଯୁବକ

ନୂଆଦିଲ୍ଲୀ: ଦେଶରେ ଏବେ ସବୁ ଯୁବପିଢ଼ିଙ୍କ ପାଖରେ ଟିକ୍‌-ଟକ୍‌ର କ୍ରେଜ୍‌ ଦେଖିବାକୁ ମିଳୁଛି । ସମସ୍ତେ ଲୋକପ୍ରିୟ ହେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କଳା କୌଶଳ ଦେଖାଇ ଭିଡିଓ ତିଆରି କରୁଥିବା ଦେଖା ଯାଉଛି । ତେବେ ଭିଡିଓ ତିଆରି କରିବା ସମୟରେ ନିଜ ସୁରକ୍ଷା ବିଷୟରେ ଚିନ୍ତା କରୁ ନାହାନ୍ତି ଯୁବକ-ଯୁବତୀ । ସୁରକ୍ଷା କଥା ଚିନ୍ତା ନ କରି ଭିଡିଓ ତିଆରି କରିବା ଦ୍ୱାରା କ’ଣ କରିଣାମ ହୁଏ ତାହା ଦିଲ୍ଲୀରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି ।

ଜଣେ ଯୁବକ ବନ୍ଧୁକ ଧରି ଟିକ୍‌-ଟକ୍‌ ଭିଡିଓ ତିଆରି କରୁଥିବା ବେଳେ ଅଜାଣତରେ ଗୁଳି ଫୁଟି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ ବାରଖମ୍ଭା ପୁଲିସ ମୃତକଙ୍କ ଦୁଇ ସାଙ୍ଗଙ୍କୁ ଗିରଫ କରିଛି ।

amarujala.com

ସୂଚନା ମୁତାବକ, ମୃତକ ସଲମାନ ନିଜର ଦୁଇ ବନ୍ଧୁ ସୋହେଲ ଏବଂ ଆମୀରଙ୍କ ସହ ଇଣ୍ଡିଆ ଗେଟ୍‌ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ ସୋହେଲ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ଟିକ୍‌-ଟକ୍‌ ଭିଡିଓ ବନାଇବା ଆରମ୍ଭ କରି ଦେଇଥିଲେ । ଭିଡିଓ କରୁଥିବା ସମୟରେ ସଲମାନଙ୍କ ଗାଲରେ ଯାଇ ଗୁଳି ବାଜିଥିଲା । ଏହା ପରେ ସଲମାନଙ୍କୁ ଡ଼ାକ୍ତରଖାନା ନେବା ପରିବର୍ତ୍ତେ ସେମାନେ ସଲମାନଙ୍କ ସଂପର୍କୀୟଙ୍କ ଘରେ ତାଙ୍କୁ ଛାଡ଼ି ଚାଲି ଆସିଥିଲେ । ପରେ ସଲାମନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବିଳମ୍ବ ହୋଇ ଯାଇଥିବାରୁ ସଲମାନଙ୍କ ମୃତ୍ୟୁ ଘଟିଥିଲା । ଡ଼ାକ୍ତରଖାନା ତରଫରୁ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର