ବେଜିଂ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଏଭଳି ଏକ ହୃଦୟବିଦାରକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ଏହି ଭିଡିଓଟି ଚୀନର ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ହୋଇଥିବା ଏହି ଭିଡିଓରେ କେତେଜଣ ମହିଳା ଏକାଠି ହୋଇ ଜଣେ ଅନ୍ତସତ୍ତ୍ୱା ମହିଳାଙ୍କୁ ମାଡ ମାରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଅନ୍ତସତ୍ତ୍ୱା ମହିଳା ଯନ୍ତ୍ରଣାରେ ଚିତ୍କାର କରୁଥିବାର ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି। ହେଲେ ବି କେହି ପୀଡିତା ଅନ୍ତସତ୍ତ୍ୱାଙ୍କ କଥାକୁ ନଶୁଣି ନିର୍ମମ ଭାବେ ମାଡ ମାରି ଚାଲିଛନ୍ତି। ଏଥିରେ ଏହି ମହିଳାମାନଙ୍କ ରାଗ ଶାନ୍ତ ହୋଇ ନଥିଲା ଯେ ସେ ଉକ୍ତ ଅନ୍ତସତ୍ତ୍ୱା ମହିଳାଙ୍କ ପୋଷାକ ରାସ୍ତା ମଝିରେ ଖୋଲି ଦେଉଛନ୍ତି। କେବଳ ଏତିକି ନୁହେଁ ଅନ୍ତସତ୍ତ୍ୱା ମହିଳାଙ୍କ ପେଟ ଓ ଗୁପ୍ତାଙ୍ଗକୁ ଗୋଇଠା ମାଡ ମାରିବାକୁ ପଛାଇ ନାହାନ୍ତି ଏହି ମହିଳାମାନେ।
ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳା କହନ୍ତି, ଏହି ଅନ୍ତସତ୍ତ୍ୱା ମହିଳାଙ୍କର ମୋର ସ୍ୱାମୀଙ୍କ ସହିତ ଦୀର୍ଘଦିନ ଧରି ସମ୍ପର୍କ ଥିଲା। ଯାହା ମୁଁ ଜାଣି ନଥିଲା। ଯେଉଁଦିନ ଠାରୁ ଏହି ଖବର ପାଇଥିଲି ମୋର ପାଦ ରକ୍ତ ମୁଣ୍ଡକୁ ଉଠି ଯାଇଥିଲା। ମୁଁ କ’ଣ କରିବି କିଛି ଜାଣି ପାରି ନଥିଲି। ଏ ସମ୍ପର୍କରେ ମୋର କେତେଜଣ ସହଯୋଗୀଙ୍କୁ କହିଥିଲି। ସେମାନେ ବି ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଅନ୍ତସତ୍ତ୍ୱା ମହିଳାଙ୍କୁ ମାଡ ମାରିବା ପାଇଁ ସ୍ଥିର କରିଥିଲେ।
ଭିଡିଓରେ ଘଟିଥିବା ଏହି ଘଟଣାଟି କିଛି ମାସ ପୂର୍ବରୁ ଘଟିଥିଲେ ହେଁ, ସମ୍ପ୍ରତି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।