ଅଫିସ ଭିତରେ ପଶି ସ୍ୱାମୀଙ୍କୁ ଚାପୁଡା ମରିବା ସହିତ ମୁହଁରେ ଛେପ ପକାଇଲେ ପତ୍ନୀ

କାନପୁର: କେସ୍କୋ ସବଷ୍ଟେସନ୍‌ରେ ଗୁରୁବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଫିସ ଭିତରେ ପଶି ସ୍ୱାମୀଙ୍କୁ ଚାପୁଡା ମରିବା ସହିତ ମୁହଁରେ ପତ୍ନୀ ଛେପ ପକାଇବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ମହିଳା ଆହୁରି ରାଗି ଯାଇ ସ୍ୱାମୀଙ୍କ ସାର୍ଟ କଲର ଧରି ମାଡ ମାରିବା ସହିତ ପୁଲିସ ସହିତ ବି ଖରାପ ବ୍ୟବହାର ଦେଖାଇଥିଲେ।

ସୂଚନାଯୋଗ୍ୟ: ବର୍ରା ଥାନାସ୍ଥିତ ବିଶ୍ୱ ବ୍ୟାଙ୍କ କେସ୍କୋ ସବ ଷ୍ଟେସନ୍‌ରେ ରାଜେଶ ସିଂହ କ୍ଲର୍କ ପଦରେ କାମ କରୁଥିଲେ। ରାଜେଶ ସିଂହ ୧୮ବର୍ଷ ପୂର୍ବେ ମୋନିକା ସିଂହଙ୍କୁ ପ୍ରେମ ବିବାହ କରିଥିଲେ। ରାଜେଶ ସିଂହଙ୍କ ଦୁଇଟି ସନ୍ତାନ ରହିଛି ଗୋଟିଏ ରିୟା ଓ ଅନ୍ୟ ଜଣଙ୍କ ନାମ ସମୀର । ଗୁରୁବାର ମୋନିକା ନିଜର ଭାଇ ରଜନୀଶ ଓ ପିତା ଉମେଶଙ୍କ ସହିତ କୋସ୍କୋ ସବ ଷ୍ଟେସନ୍‌ରେ ପହଞ୍ଚି ଅଫିସ ଭିତରେ ପଶି ସ୍ୱାମୀ ରାଜେଶ ସିଂହଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଅଫିସରେ ଥିବା ଫାଇଲ ପତ୍ର ସବୁ ଫିଙ୍ଗି ପକାଇ ଥିଲେ। ଏହା ଦେଖି ଅଫିସ କର୍ମଚାରୀମାନେ ମହିଳାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ମୋନିକା କିନ୍ତୁ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ ସେହି ସମୟରେ ରାଜେଶ ଗାଲରେ ଚାପୁଡା ମାରିବା ସହିତ ତାଙ୍କ ମୁହଁରେ ଛେପ ପକାଇଥିଲେ।

ମୋନିକାଙ୍କ କହିବାନୁସାରେ, ସ୍ୱାମୀ ମୋର କୌଣସି ଖର୍ଚ୍ଚ ଉଠାନ୍ତି ନାହିଁ। ଏମିତିକି ତାଙ୍କ ପିଲାମାନଙ୍କର ବି ନୁହେଁ। ମୁଁ ଏକ ଜୁରରି କାମରେ ତାଙ୍କୁ ଫୋନ୍‌ କରିଥିଲି କିନ୍ତୁ ସେ ମୋର କୌଣସି ଫୋନ୍‌ କଲ ଉଠାଇ ନଥିଲେ। ତାଙ୍କର ଅନେକ ମହିଳାଙ୍କ ସହିତ ମଧ୍ୟ ସମ୍ପର୍କ ଅଛି ବୋଲି ମୁଁ ଜାଣିବାକୁ ପାଇଛି। ତେଣୁ ରାଗରେ ମୁଁ ତାଙ୍କ ଅଫିସ ପହଞ୍ଚିଥିଲି।

ତେବେ ଏହି ଘଟଣାକୁ ନେଇ ମୋନିକାଙ୍କ ସ୍ୱାମୀ କହନ୍ତି, ମୋର ପତ୍ନୀଙ୍କ ସ୍ୱଭାବ ମୋତେ ଆଦୌ ଭଲ ଲାଗେ ନାହିଁ। ସେ ମୋର ମାତା-ପିତାଙ୍କୁ ବହୁତ ହଇରାଣ କରେ। ଏମିତି କି କଥା କଥାରେ ମୋର ମା’ଙ୍କ ଉପରକୁ ସେ ହାତ ଉଠାଇ ଥାଏ। ତେଣୁ ସେ ଯାଇ ତାର ବାପ ଘରେ ରହୁଥିଲା। ପିଲାଙ୍କ ସହିତ ବି ମୋତେ ଦେଖା କରିବାକୁ ଦିଏ ନାହିଁ। ସେ ଚାହେଁ ମୋର କିପରି ମୃତ୍ୟୁ ହୋଇଯାଉ ଏବଂ ସେ ମୋର ଚାକିରି କରୁ।

ସମ୍ବନ୍ଧିତ ଖବର