ଧରାପଡ଼ିଲେ ପତ୍ନୀଙ୍କୁ ନିଦ ବଟିକା ଖୁଆଇ ୬ ମାସ ଧରି ଝିଅ ସହ ଦୁଷ୍କର୍ମ କରୁଥିବା ବାପା

ମୁଜାଫରନଗର: ପ୍ରତି ରାତିରେ ପତ୍ନୀଙ୍କୁ ନିଦ ବଟିକା ଖୁଆଇ ଗତ ଛଅମାସ ଧରି ନିଜ ୧୪ ବର୍ଷୀୟ ଝିଅ ସହ ଥରକୁ ଥର ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ବୁକ୍‌ କରାଯାଇଛି।

ଅସମୟରେ ମାଆ ଉଠିପଡ଼ି ଅଭିଯୁକ୍ତ ଝିଅ ସହ ଦୁଷ୍କର୍ମ କରୁଥିବା ବେଳେ ଧରିପକାଇବାରୁ ଜିଲ୍ଲାର ବୁଦ୍ଧନା ଅଞ୍ଚଳରେ ଘଟିଥିବା ଏହି ଅପରାଧ ଗୁରୁବାର ଦିନ ଲୋକଲୋଚନକୁ ଆସିଛି।

ଆଇପିସି ଧାରା ୩୭୬ ଏବଂ ୫୦୬ ଏବଂ ପୋକ୍‌ସୋ ଆଇନ୍‌ ବଳରେ ବାପ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

ବୁଦ୍ଧନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ପ୍ରଭାକର ଖେନ୍ଥୁରା କହନ୍ତି, ସମ୍ପ୍ରତି ନିରୁଦ୍ଦେଶ ହୋଇ ଯାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି।

ଡାକ୍ତରୀ ମାଇନା ପାଇଁ ହସ୍‌ପିଟାଲ୍‌କୁ ଅଣାଯାଇଥିବା ଚାରି ପିଲାଙ୍କ ମଧ୍ୟରେ ବଡ଼ ସେ ଝିଅ କହେ, ବାପା ମୋ ସହ ଅନେକ ଥର ଦୁଷ୍କର୍ମ କରିଛନ୍ତି ଏବଂ ଯଦି ଏ କଥା କାହାକୁ କହେ ମତେ ମାରି ପକାଇବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର