ଜୟପୁର: ରାଜସ୍ଥାନର ବାଡ଼ମେରରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ପରି ଘଟଣା। ପତି-ପତ୍ନୀଙ୍କ ମଧ୍ୟରେ କଳି ଲାଗିବା ଏକ ସାଧାରଣ କଥା। ମାତ୍ର ସେହି କଳିର ଫଳାଫଳ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଜାଣିବାକୁ ମିଳିଛି ଯେ ରାଗରେ ଆସି ପତ୍ନୀ ଜଣକ ତାଙ୍କ ସ୍ବାମୀଙ୍କ ବ୍ୟକ୍ତିଗତ ଅଙ୍ଗକୁ କାଟି ଦେଇଛନ୍ତି। ଏହି ଘଟଣା ହେଉଛି ବାଡ଼ମେର ଜିଲ୍ଲାର ଧୋରିମନ୍ନା ଥାନାର ଭଲିସର ଗ୍ରାମର।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭଲିସର ନିବାସୀ ଜଣେ ଯୁବକଙ୍କ ବିବାହ ୬ ମାସ ତଳେ ବୈଦୀକ ରୀତି ଅନୁସାରେ ହୋଇଥିଲା। ବାହାଘର ଦିନଠାରୁ ହିଁ ପତି-ପତ୍ନୀଙ୍କ ମଧ୍ୟରେ କଳିଗୋଳ ଲାଗି ରହୁଥିଲା। ନିକଟରେ ପୀଡ଼ିତ ପତି ପୁଲିସ୍ରେ ତାଙ୍କର ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ପରକୀୟା ପ୍ରୀତି ଥିବା ନେଇ ଦିନେ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।
ସେ ରାତିରେ ଶୋଇଥିବା ବେଳେ ତାଙ୍କ ପତ୍ନୀ କାହା ସହ ଫୋନ୍ରେ ଗପୁଥିଲେ। ସେହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋର୍ଦାର ଝଗଡ଼ା ହୋଇଥିଲା। ଏହି କଥାକୁ ନେଇ ତାଙ୍କ ପତ୍ନୀ ସେ ଶୋଇଥିବା ଅବସ୍ଥାରେ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଏକ ବ୍ଲେଡ୍ରେ କାଟି ଦେଇଥିଲେ। ତାପରେ ସେ ଜୋର୍ ପାଟିରେ ଚିତ୍କାର କରିବାର ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସମସ୍ତେ ମିଶି ତାଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନେଇ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ।