ସକାଳ ଜଳଖିଆ ଠିକ୍‌ ସମୟରେ ନ ଦେବାରୁ ପିଲାମାନଙ୍କ ସାମ୍ନାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନୋଏଡ଼ା: ଏକ ଛୋଟ କାରଣରୁ କୁଲସେରା ଗ୍ରାମର ୩୨ ବର୍ଷିୟ ମୁକେଶ କୁମାର ଶନିବାର ଦିନ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । କାରଣ ମହିଳାଙ୍କର ସକାଳ ଜଳଖିଆ ପ୍ରସ୍ତୁତିରେ ବିଳମ୍ବ ହୋଇ ଯାଇଥିଲା, ଯାହା ଫଳରେ କ୍ରୋଧରେ ମୁକେଶ ତାଙ୍କ ପିଲାମାନଙ୍କ ସାମ୍ନାରେ ତଣ୍ଟି ଚିପି ତାଙ୍କର ହତ୍ୟା କରିଥିଲେ। ପରେ ପଡ଼ୋଶୀ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି।

oneindia.com

ପୁଲିସର ସୂଚନା ମୁତାବକ , ଅଭିଯୁକ୍ତ ମୁକେଶ କୁମାର ତାଙ୍କ ପତ୍ନୀ ରେଖା ନିଜର ୭ ବର୍ଷର ପୁଅ ଏବଂ ୫ ବର୍ଷର ଝିଅ ସହ କୁଲସେରା ଗ୍ରାମରେ ରହୁଥିଲେ । ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ମୁକେଶଙ୍କର ପ୍ରାୟ ସବୁବେଳେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା । ଶନିବାର ଦିନ ମଧ୍ୟ ଜଳଖିଆ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଫଳରେ ରେଖା ଘର ଛାଡ଼ି ବାପଘରକୁ ଯିବା କଥା କହିଥିଲେ। ଏହି ସମୟରେ ମୁକେଶ ତାଙ୍କୁ ଅଟକାଇବା ସହ ତାଙ୍କ ତଣ୍ଟିକୁ ଓଢ଼ଣିରେ ଚିପି ଦେଇଥିଲେ। ଫଳରେ ରେଖାଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିଲା।

The Hans India

ଘଟଣାସ୍ଥଳରେ ଉପସ୍ଥିତ ତାଙ୍କ ପୁଅ-ଝିଅ ପଡ଼ୋଶୀଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ନେହୁରା ହୋଇଥିଲେ । ଏହା ପରେ ପଡ଼ିଶା ଘର ଲୋକ ଆସି ମହିଳାଙ୍କୁ ଡ଼ାକ୍ତରଖାନା ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷିତ କରିଥିବା ବେଳେ ପୁଲିସ୍‌ରେ ଏକ ମାମଲା ରୁଜୁ କରାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ମୁକେଶ ଫେରାର ହୋଇଯାଇଥିଲେ । ପୁଲିସ ମୁକେଶଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୨ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର