ସ୍ତ୍ରୀର ସ୍ପର୍ମ ବିକ୍ରି କରୁଥିଲା ସ୍ୱାମୀ, ମନା କରିବାରୁ ଦେଲା ତଲାକ୍‌

ଅହମଦାବାଦ୍‌ : ଗୁଜୁରାଟରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ କରିଥିବା କାମ ଏବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କକୁ ନଷ୍ଟ କରି ଦେଇଛି । ସ୍ତ୍ରୀ ଲଗାଇଥିବା ଆରୋପ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ କୌଣସି କାମ ନ ପାଇ ଜୋର ଜବରଦସ୍ତ ସ୍ତ୍ରୀର ସ୍ପର୍ମ ନେଇ ବିକ୍ରି କରୁଥିଲା । ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ସ୍ୱାମୀ ପୀଡ଼ିତାଙ୍କ ଅନିଚ୍ଛା ସତ୍ୱେ ତଲାକ୍‌ କାଗଜରେ ଦସ୍ତଖତ କରାଇ ତଲାକ୍‌ ନେଇଥିଲେ । ଏହି ଘଟଣା ପରେ ପୀଡ଼ିତା ଅହମଦାବାଦ୍‌ର ସରଖେଜ୍‌ ପୁଲିସ ଷ୍ଟେସନରେ ଏତଲା ରୁଜୁ କରିଛନ୍ତି ।

jansatta.com

ସୂଚନା ମୁତାବକ ଓମାନରେ ବଡ଼ ହୋଇଥିବା ପୀଡ଼ିତା ୨୦୧୦ରେ ଭାରତ ଆସିଥିଲେ । ଏହା ପରେ ପୀଡ଼ିତାଙ୍କ ପରିବାର ଲୋକ ତାଙ୍କ ବିବାହ ଅଫଜଲ ଖାନ୍‌ ପଠାନଙ୍କ ସହ କରିଥିଲେ । ଅଫ୍‌ଜଲ କୌଣସି କାମ କରୁ ନଥିବାରୁ ପୀଡ଼ିତାଙ୍କ ଉପରେ ବାପଘରୁ ଟଙ୍କା ଅଣିବାକୁ ଚାପ ସୃଷ୍ଟି କରିବା ଆରମ୍ଭ କରିଥିଲେ । ଅଫଜଲଙ୍କ କଥା ମାନି ପୀଡ଼ିତା ତାଙ୍କ ମା’ଙ୍କଠାରୁ ଟଙ୍କା ଆଣି ଅଫଜଲଙ୍କୁ ଦେଇଥିଲେ । ପୀଡ଼ିତାଙ୍କ ମା’ ମରିଯିବା ପରେ ଭାଇଠାରୁ ଟଙ୍କା ଆଣ ବୋଲି ଚାପ ପକାଇଥିଲେ ଅଫଜଲ । କିନ୍ତୁ ପୀଡ଼ିତା ଟଙ୍କା ଆଣିବା ପାଇଁ ମନା କରି ଦେଇଥିଲେ । ଏହା ଶୁଣି ସେ ପୀଡ଼ିତାଙ୍କ ସ୍ପର୍ମ ବିକ୍ରି କରି ଟଙ୍କା ଆୟ କରିବା ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତାଙ୍କ ଦେହ ଖରାପ ହେବାରୁ ସେ ସ୍ପର୍ମ ଦେବା ପାଇଁ ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ଅଫଜଲ ପୀଡ଼ିତାଙ୍କୁ ତଲାକ୍‌ ଦେବା ପାଇଁ ବାଧ୍ୟ କରିବା ସହ ଜୋର ଜବରଦସ୍ତ ତଲାକ୍‌ କାଗଜରେ ଦସ୍ତଖତ କରାଇ ନେଇଥିଲେ ।

ସମ୍ବନ୍ଧିତ ଖବର