ମୋଟୀ କହୁଥିବାରୁ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲା ସ୍ତ୍ରୀ

ରାଜକୋଟ : ଗୁଜୁରାଟର ରାଜକୋଟରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଜବ ଅଭିଯୋଗ ଆଣିଛନ୍ତି । ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ମୋଟୀ ବୋଲି କହିବା ସହ ତାଙ୍କୁ ଅତ୍ୟାଧୁନିକ ପୋଷାକ ପିନ୍ଧିବାକୁ ଦେଉ ନଥିଲେ । ଅତ୍ୟାଧୁନିକ ପୋଷାକ ପିନ୍ଧିଲେ ଗାଳି କରୁଥିଲେ ବୋଲି ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ । ପୀଡ଼ିତା ବ୍ୟାଙ୍କରେ ଚାକିରି କରୁଥିବା ଜଣାପଡ଼ିଛି ।

Image result for couple fight
Time Magazine

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଡିସେମ୍ବର ୧୦, ୨୦୧୭ରେ ତାଙ୍କ ବିବାହ ନାରାୟଣପୁରରେ ରହୁଥିବା ଯୁବକଙ୍କ ସହ ହୋଇଥିଲା । ବିବାହର ଏକ ମାସ ପରେ ସ୍ୱାମୀ ମୋଟୀ ବୋଲି କହି ଅସମ୍ମାନିତ କରିବା ଆରମ୍ଭ କରିଥିଲେ । ଛୋଟ ପୋଷାକ ପିନ୍ଧୁଥିଲେ ରାଗିବା ସହ ବିରୋଧ କଲେ ମାଡ଼ ମାରୁଥିଲେ । ତେବେ ପୀଡ଼ିତା ବିବାହ ବଞ୍ଚାଇବାକୁ ଯାଇ ଚୁପ୍‌ ରହୁଥିଲେ ।  ପରେ ଅଭିଯୁକ୍ତ ସ୍ୱାମୀ ବିଭିନ୍ନ ବାହାନା କରି ଟଙ୍କା ମାଗିବା ଆରମ୍ଭ କରିଥିଲେ । ମେ’ ୧୮,୨୦୧୯ରେ ପୀଡ଼ିତାଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା  ବିଗିଡ଼ିବାରୁ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ । ପୀଡ଼ିତା ମା’ଙ୍କ ପାଖରେ ଡାକ୍ତରଖାନାରେ ରହି ଜୁନ୍‌ ୨୪ରେ ଶାଶୁ ଘରକୁ ଫେରିବା ପରେ ଶାଶୁ ଘର ଲୋକେ ପୀଡ଼ିତାଙ୍କୁ ଘରେ ଭର୍ତ୍ତି କରାଇ ଦେଇ ନ ଥିଲେ । ଯାହା ପରେ ସେ ବିଶ୍ରାମପୁର ଯାଇ ଘର ଭଡ଼ା କରି ରହିଥିଲେ । ବୁଧବାର ସବୁ କିଛି ଠିକ୍‌ କରିବା ପାଇଁ ପୁଣି ସ୍ୱାମୀଙ୍କ ପାଖକୁ ଫେରିବା ପରେ ପୀଡ଼ିତାଙ୍କୁ ଶାଶୁ ଘର ଲୋକେ ମିଶି ମାଡ଼ ମାରିଥିଲେ । ଏହା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର