ନୂଆଦିଲ୍ଲୀ: ସ୍ୱାମୀ ପୁଅ କରିଆଣିଥିବା ଯୁବକ ସହ ସ୍ତ୍ରୀ ରଖିଲା ଅନୈତିକ ସମ୍ପର୍କ | ଏହାକୁ ବିରୋଧ କରିବାରୁ ସ୍ୱାମୀକୁ ସୁପାରୀ ଦେଇ ହତ୍ୟା କଲା ସ୍ତ୍ରୀ | ପୂରା ଘଟଣାଟି ଘଟିଛି ୟୁପିର ଏଟାୱା ଜିଲ୍ଲାର ଉସରାହର ପୁଲିସ ଷ୍ଟେସନ ଅଞ୍ଚଳରେ | ମୃତକଙ୍କ ନାମ ମନୋଜ ଜାଟବ ବୋଲି ଜଣାପଡିଛି | 
 
ସୂଚନା ମୁତାବକ, କୌଣସି ସନ୍ତାନ ନଥିବାରୁ ମନୋଜ ନିଜ ଗ୍ରାମର ରାହୁଲ କୁମାରଙ୍କୁ ପୁଅ କରିଥିଲେ | ରାହୁଲ ଆସି ମନୋଜଙ୍କ ଘରେ ରହିବାକୁ ଲାଗିଥିଲେ | ଏହି ସମୟ ମଧ୍ୟରେ ମନୋଜଙ୍କ ପତ୍ନୀଙ୍କ ସହ ରାହୁଲଙ୍କର ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା | ଦୁହିଁଙ୍କର ଶାରୀରିକ ସମ୍ପର୍କ ଥିବା ଜାଣିବା ପରେ ମନୋଜ ଏହାକୁ ବିରୋଧ କରିଥିଲେ | ଏହି କାରଣ ପାଇଁ ବାରମ୍ବାର ଝଗଡା ହେଉଥିବାରୁ ମନୋଜଙ୍କ ପତ୍ନୀ ରାହୁଲଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲେ | ଦୁହେଁ ଗାଁର ବାସିନ୍ଦା ବିକାଶ ଜାଟବଙ୍କୁ ମନୋଜଙ୍କ ସୁପାରୀ ଦେଇଥିଲେ | ନଭେମ୍ବର ୧୫ରେ ମନୋଜ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରିଥିଲା ବିକାଶ | ଏନେଇ ପୁଲିସକୁ ଖବର ଦିଆଯିବା ପରେ ତଦନ୍ତ କରି ପୁଲିସ ଏବେ ରାହୁଲ ଓ ମନୋଜଙ୍କ ପତ୍ନୀଙ୍କୁ ଗିରଫ କରିଛି | ବିକାଶ ଫେରାର ଥିବାରୁ ତାକୁ ପୁଲିସ ଖୋଜୁଥିବା ଜଣାଯାଇଛି |