ପ୍ରଥମ ପତ୍ନୀଙ୍କ ସହିତ ରହିବା ପାଇଁ ଦ୍ୱିତୀୟ ପତ୍ନୀଙ୍କୁ କୁକୁରଙ୍କ ସହିତ ଶୁଆଉଥିଲା ସ୍ୱାମୀ!

ବିହାର : ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଘଟଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏହାକୁ ଶୁଣିବା ପରେ ଆପଣଙ୍କର ପ୍ରେମ ଏବଂ ବିବାହ ଉପରୁ ବିଶ୍ୱାସ ଉଠିଯିବ । ମହମ୍ମଦ ତବରେଜ ନାମ ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ କୋଠରୀରେ ଶୋଇବା ପାଇଁ ଦ୍ୱିତୀୟ ପତ୍ନୀଙ୍କୁ ଘରର ପୋଷା କୁକୁର ସହିତ ଶୋଇବା ପାଇଁ ଛାଡ଼ି ଦେଉଥିଲେ। ଦ୍ୱିତୀୟ ପତ୍ନୀଙ୍କ ବିଷୟରେ ପ୍ରଥମ ପତ୍ନୀ ନଜରା ପ୍ରବୀଣଙ୍କୁ ୪ ବର୍ଷ ପରେ ଜଣାପଡ଼ିଥିଲା ।

ଘଟଣା ଅନୁଯାୟୀ , ଜଲାଲଗଡ଼ ଥାନା ଅନ୍ତର୍ଗତ ଧାନଗାମା ନିବାସୀ ନଜରା ପ୍ରବୀଣଙ୍କର ୫ ବର୍ଷ ପୂର୍ବେ ମହମ୍ମଦ ତବରେଜଙ୍କ ସହିତ ସାକ୍ଷାତ ହୋଇଥିଲା । ପ୍ରବୀଣଙ୍କ ଆରୋପ ଅନୁଯାୟୀ, ତବରେଜ ମିଛ କଥା କହି ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ । ଯେତେବେଳେ ଗ୍ରାମବାସୀଙ୍କୁ ତାଙ୍କର ଏହି ଅବୈଧ ସଂପର୍କ ବିଷୟରେ ଜଣାପଡ଼ିଥିଲା ସେମାନେ ଦୁହିଁଙ୍କର ବିବାହ କରାଇଦେଇଥିଲେ । ବିବାହପରେ ପ୍ରବୀଣ ଯେତେବେଳେ ତବରେଜଙ୍କ ଘରେ ପହଞ୍ଚିଥିଲେ ସେଠାରେ ସେ ତାଙ୍କର ପ୍ରଥମ ବିବାହ ବିଷୟରେ ଜାଣିବା ପାଇଁ ପାଇଥିଲେ । ଏହା ପରେ ତବରେଜ ଏବଂ ତାଙ୍କର ପ୍ରଥମ ପତ୍ନି ମିଶି ପ୍ରବୀଣଙ୍କୁ ନିର୍ଯାତନା ଦେଇଥିଲେ ।

africanreporter.co.za

ପ୍ରବୀଣ କହିଛନ୍ତି ତବରେଜ ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ କୋଠରି ମଧ୍ୟରେ ଶୋଉଥିଲେ ଏବଂ ତାଙ୍କୁ ଘରର ପୋଷା କୁକୁର ପାଖରେ ଶୋଇବାକୁ ଛାଡ଼ିଦେଉଥିଲେ। ବେଳେବେଳେ ତାଙ୍କୁ ଖାଇବାକୁ ଦେଉଥିଲେ ତ ବେଳେବେଳେ ତାଙ୍କୁ ଉପାସରେ ରାତି ବିତାଇବାକୁ ପଡ଼ୁଥିଲା। ତବରେଜ ଏବଂ ତାଙ୍କ ପ୍ରଥମପତ୍ନୀଙ୍କ ନିର୍ଯ୍ୟତନା ସହ୍ୟ ନକରିପାରି ଶେଷରେ ପୋଲିସର ସାହାଯ୍ୟ ଲୋଡ଼ିଲେ ପ୍ରବୀଣ । ପୋଲିସ ପ୍ରବୀଣଙ୍କୁ ପରାମର୍ଶ କେନ୍ଦ୍ରକୁ ପଠାଇଦେଇଥିଲେ । ପରାମର୍ଶ କେନ୍ଦ୍ରଠାରେ ତିନି ଜଣଙ୍କୁ କଥାବାର୍ତ୍ତା କରାଇବା ପାଇଁ ଡ଼କା ହୋଇଥିଲା । ସେହି ସମୟରେ ତବରେଜ କହିଥିଲେ ତାଙ୍କ ଘରେ ଗୋଟେ ମାତ୍ର କୋଠରୀ ରହିଛି ଯେଉଁଠିରେ ସେ ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ ରହିଥାନ୍ତି । ପ୍ରବୀଣଙ୍କୁ ତାଙ୍କ ସହିତ ମିଶି ରହିବାକୁ କୁହାଯାଇଥିଲା କିନ୍ତୁ ସେ ଆମ ସହିତ ମିଶି ରହିବା ପାଇଁ ଚାହୁଁ ନାହାନ୍ତି । ଏଣୁ ତାଙ୍କୁ ଘର ବାରଣ୍ଡାରେ ଶୋଇବା ପାଇଁ ପଡ଼ୁଛି। ଏହା ଶୁଣିବା ପରେ ପରାମର୍ଶ କେନ୍ଦ୍ର ତାଙ୍କୁ ଶୀଘ୍ର ଆଉ ଏକ କୋଠରୀ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇଛି।

ସମ୍ବନ୍ଧିତ ଖବର