ବିବାହର ଦୁଇମାସ ପରେ ସ୍ୱାମୀ ଜାଣିଲେ ସ୍ତ୍ରୀ ଜଣେ କିନ୍ନର

ସାହାଜାହାନପୁର: ବିବାହର ଦିନେ ନୁହେଁ କିମ୍ବା ଦୁଇ ଦିନ ନୁହେଁ, ପ୍ରାୟ ଦୁଇମାସ ପରେ ସ୍ୱାମୀ ଜାଣିପାରିଲେ ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହନ୍ତି, ବରଂ ଜଣେ କିନ୍ନର। ତାଙ୍କୁ ଧୋକ୍କା ଦିଆଯାଇଛି ବୋଲି ଅନୁଭବ କରି ସ୍ୱାମୀ ଜଣକ ଶେଷରେ  ତାଙ୍କ କିନ୍ନର ପତ୍ନୀ ଓ  ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଠକେଇ ମାମଲା  ରୁଜୁ କରିଛନ୍ତି। ଅପରପକ୍ଷେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ପତ୍ନୀଜଣକ ଥାନାରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଆଇନ ବଳରେ ଏକ ମାମଲା ରୁଜୁ କରିଛନ୍ତି। ଏପରି ଏକ ଘଟଣା ଆନ୍ଧ୍ରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଘଟିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦ ଥାନା ଅନ୍ତର୍ଗତ ରାମପୁର ଗ୍ରାମର ଜଣେ ଯୁବକ ଲକ୍ଷ୍ମୀପୁର ଖେରି ଜିଲ୍ଲା ମିତୁଆଲି ବ୍ଲକ୍‌ର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପ୍ରାୟ ୨ ମାସ ତଳେ ବିବାହ କରିଥିଲେ। ବିବାହ ପରେ ଯୁବତୀ ଜଣକ  ଯଦିଓ ତାଙ୍କ ସ୍ୱାମୀଙ୍କ ଘରେ ରହିଥିଷଳ ତଥାପି ତାଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁ ନ ଥିଲେ। ଏ ନେଇ ସ୍ୱାମୀ ବାରମ୍ବାର ପଚାରିବାରୁ,  ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅଛି ବୋଲି କହି ସେ  ତାଙ୍କୁ ଏଡାଇ ଯାଉଥିିଲେ। ଏହାର  କିଛିଦିନ ପରେ ଯୁବକଙ୍କ ନବବିବାହିତା ପତ୍ନୀ ତାଙ୍କ ବାପଘରକୁ କିଛିଦିନ ପାଇଁ ଗଲେ। ବାପଘରୁ ଫେରିବା ପରେ ମଧ୍ୟ  ଯୁବତୀଜଣକ ସ୍ୱାମୀଙ୍କ ସହିତ  ଦେହ ଖରାପର ଆଳ ଦେଖାଇ ଶାରିରୀକ ସମ୍ପର୍କ ରଖିବାକୁ ଚାହିଁଲେ ନାହିଁ। ଏହାକୁ ନେଇ ସ୍ୱାମୀଙ୍କ ମନରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଲା। ବିବାହର ଦୁଇମାସ ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସହିତ ଶାରିରୀକ ସମ୍ପର୍କ ରଖି ନ ଥିବା ସ୍ୱାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ଚାହିଁଲେ। ମାତ୍ର ଏହା  ପତ୍ନୀ ଚାହୁଁ ନ ଥିଲେ। ଶେଷରେ  ଜଣେ ମହିଳା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ପାଖକୁ ପତ୍ନୀଙ୍କୁ ନେଇ ସ୍ୱାମୀ ଗଲେ। ଡାକ୍ତର ପରୀକ୍ଷା କରି ଯୁୁବକଙ୍କୁ ଯେଉଁ ସୂଚନା ଦେଲେ ଏଥିରେ ତାଙ୍କ ହୋସ୍‌ ଉଡ଼ିଗଲା।  ଡାକ୍ତର ଯୁବକଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଜଣେ ମହିଳା ନୁହଁନ୍ତି, ବରଂ ଜଣେ କିନ୍ନର।

ଯୁବତୀଜଣକ ସ୍ୱାମୀଙ୍କ ସହିତ  ଦେହ ଖରାପର ଆଳ ଦେଖାଇ ଶାରିରୀକ ସମ୍ପର୍କ ରଖିବାକୁ ଚାହିଁଲେ ନାହିଁ। ଏହାକୁ ନେଇ ସ୍ୱାମୀଙ୍କ ମନରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଲା। ବିବାହର ଦୁଇମାସ ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସହିତ ଶାରିରୀକ ସମ୍ପର୍କ ରଖି ନ ଥିବା ସ୍ୱାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ଚାହିଁଲେ। ମାତ୍ର ଏହା  ପତ୍ନୀ ଚାହୁଁ ନ ଥିଲେ। ଶେଷରେ  ଜଣେ ମହିଳା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ପାଖକୁ ପତ୍ନୀଙ୍କୁ ନେଇ ସ୍ୱାମୀ ଗଲେ। ଡାକ୍ତର ପରୀକ୍ଷା କରି ଯୁୁବକଙ୍କୁ ଯେଉଁ ସୂଚନା ଦେଲେ ଏଥିରେ ତାଙ୍କ ହୋସ୍‌ ଉଡ଼ିଗଲା।  ଡାକ୍ତର ଯୁବକଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଜଣେ ମହିଳା ନୁହଁନ୍ତି, ବରଂ ଜଣେ କିନ୍ନର।

ଏହାଶୁଣି ଉତ୍‌କ୍ଷିପ୍ତ ସ୍ୱାମୀ ତାଙ୍କ ଶଶ୍ୱରୁ ଘର ଲୋକଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିବେ ବୋଲି ଧମକ ଦେଇଥିଲେ। ଏହାପରେ  ଯୁବତୀଙ୍କ ବାପଘର ଲୋକେ ରାମପୁର ଗାଁରେ ପହଞ୍ଚି  ପରିବାର ଲୋକଙ୍କ ସହିତ ଆଲୋଚନା କରି ତାଙ୍କ ଝିଅକୁ ସାଙ୍ଗରେ ନେଇ ଚାଲିଯାଇଥିଲେ। ତେବେ ଘଟଣାର ପରଦିନ  ଝିଅଘର ପକ୍ଷରୁ ମିତୁଆଲି ଥାନାରେ  ଝିଅର ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ନେଇ ଅଭିଯୋଗ ହୋଇଥିଲା। ଏହା ଜାଣିବା ପରେ  ଗତ ଶନିବାର ଦିନ  ଯୁବକ ଓ ତାଙ୍କ ପରିବାର ଲୋକେ ଅତିରିକ୍ତ ଏସପି ଘନଶ୍ୟାମ ଚୌରାସିଆଙ୍କୁ ଭେଟିବା ସହିତ ତାଙ୍କ ପତ୍ନୀ ଜଣେ କିନ୍ନର ବୋଲି ମେଡିକାଲ ସାର୍ଟିଫିକେଟ ଦେଖାଇଥିଲେ।  ଏହା ପରେ ଯୁବକଙ୍କ ଅଭିଯୋଗକ୍ରମେ  ପୁଲିସ କିନ୍ନର ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଦଫା ୪୨୦ (ଠକେଇ)ରେ ଏକ ମାମଲା ରୁଜୁ କରିଛିି।

ସମ୍ବନ୍ଧିତ ଖବର