ନିଜ ଛାତ୍ରଙ୍କ ସହ ଥିଲା ଅବୈଧ ସଂପର୍କ; ସ୍ୱାମୀ ବାଟର କଣ୍ଟା ସାଜିବାରୁ ହତ୍ୟା କଲେ ଶିକ୍ଷୟିତ୍ରୀ

ପାନିପତ : ହରିୟାଣାର ପାନିପତରେ ରହୁଥିବା ଜଣେ ୩୦ବର୍ଷୀୟ ଶିକ୍ଷୟିତ୍ରୀ ନିଜ ୧୯ବର୍ଷୀୟ ଛାତ୍ରଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ଶରୀର ତାଙ୍କ ଘରୁ ପୁଲିସ ଜବତ କରିଥିବା ବେଳେ କୌଣସି ଓଜନିଆ ବସ୍ତୁ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରାଯାଇଥିବା କହିଛି ପୁଲିସ । ଘଟଣାର ତଦନ୍ତ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଘଟଣାଟି ସମଲେଖା ଅଞ୍ଚଳରେ ଘଟିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ,ଦଲବୀର ସିଂହଙ୍କ ବିବାହ ୪ବର୍ଷ ତଳେ ରୋହତକ୍‌ରେ ରହୁଥିବା ଅମିତାଙ୍କ ସହ ହୋଇଥିଲା । ବିବାହ ପରେ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ଅମିତା ପାଠ ପଢ଼ାଇବାରେ ଦକ୍ଷ ଥିବାରୁ ସେ ଟ୍ୟୁସନ୍‌ କରିବା ଆରମ୍ଭ କରିଥିଲେ । ପଡ଼ିଶା ଘରେ ରହୁଥିବା ୧୯ବର୍ଷୀୟ ଅମିତ୍‌ଙ୍କୁ ସେ ପଢ଼ାଇବା ଆରମ୍ଭ କରିଥିଲେ । କିଛି ଦିନ ପଢ଼ାଇବା ପରେ ଦୁହିଁଙ୍କ ମଧ୍ୟରେ ଅବୈଧ ସଂପର୍କ ସ୍ଥାପନ ହୋଇ ଯାଇଥିଲା । ଯାହାର ଖବର ଦଲବୀରଙ୍କ ପାଖରେ ପହଞ୍ଚିଥିଲା । ସବୁ ଜାଣିବା ପରେ ଦଲବୀର ଏବଂ ଅମିତାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ସବୁ ଘଟଣାକୁ ଆଖି ଆଗରେ ରଖି ଦଲବୀର ଅମିତାଙ୍କୁ ନେଇ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଦଲବୀରଙ୍କୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲେ ଅମିତା ।

Capital FM

ଅମିତ୍‌ଙ୍କୁ ନୂଆ ଘରକୁ ଡ଼ାକି ଦଲବୀରଙ୍କ ଚା’ରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ଯାହାକୁ ପିଇ ଦଲବୀର ଅଚେତ ହୋଇ ଯାଇଥିଲେ । ଯାହା ପରେ ଦୁହେଁ ଦଲବୀରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ । ଏ ମଧ୍ୟରେ ଦଲବୀରଙ୍କ ଚେତା ଫେରିଆସିବାରୁ ଅମିତା ଦଲବୀରଙ୍କ ମୁଣ୍ଡକୁ ଜୋରରେ ପିଟି ଥିଲେ । ଯାହାଦ୍ୱାରା ଦଲବୀରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହତ୍ୟା ପରେ ଦୁହେଁ ଫେରାର ହୋଇ ପ୍ରଥମେ ଜୟପୁର ପରେ ଅଜ୍‌ମେର୍‌, ଛତିଶଗଡ଼ ଏବଂ ପଞ୍ଜାବ ଯାଇ ବିଭିନ୍ନ ହୋଟେଲରେ ରହିଥିଲେ । ପୁଲିସ ତଦନ୍ତ କରିବା ପରେ ଦଲବୀରଙ୍କ ଏଟିଏମ୍‌ରୁ ଟଙ୍କା କଢ଼ା ଯାଉଥିବା ଜାଣିବାକୁ ପାଇଥିଲା । ଯାହା ପରେ ଯାଇ ପୁଲିସ ଦୁହିଁଙ୍କୁ ଧରିବାରେ ସଫଳ ହୋଇଥିଲେ । ଘଟଣାଟି ଡ଼ିସେମ୍ବର ୧୮ରେ ଘଟିଥିବା ବେଳେ ଗତ ମଙ୍ଗଳବାର ପୁଲିସ ଦୁହିଁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ସମ୍ବନ୍ଧିତ ଖବର