ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁରସ୍ଥିତ ମୁସ୍କାରା କସବାରେ ଜଣେ ସ୍ତ୍ରୀ ତାଙ୍କ ମଦ୍ୟପ ସ୍ୱାମୀଙ୍କ କାର୍ଯ୍ୟକଳାପରେ ବିରକ୍ତ ହୋଇ ଏକ ବଡ଼ ଛୁରୀ ସାହାଯ୍ୟରେ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ସିଓ ରାଠ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସ୍ତ୍ରୀଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ପୁଲିସ ସମ୍ମୁଖରେ ମୃତକଙ୍କ ସ୍ତ୍ରୀ ନିଜ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି।
ଗତ ସୋମବାର ମୃ୍ତକ ଅରବିନ୍ଦ (୪୨)ଙ୍କ ପୁଅ ରାଜେଶ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ରିପୋର୍ଟ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅରବିନ୍ଦଙ୍କୁ ଘରର ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏଥିସହିତ ଅରବିନ୍ଦଙ୍କ ପାଖରେ ବସିଥିବା ସ୍ତ୍ରୀ ଅନିତାଙ୍କ ମୁହଁରେ ରକ୍ତ ଛିଟା ପଡ଼ିଥିବା ବି ପୁଲିସର ନଜରକୁ ଆସିଥିଲା। ।
ଏହାପରେ ପୁଲିସ ଅରବିନ୍ଦଙ୍କ ମୃତଦେହକୁ ଜବତ କରି ସ୍ତ୍ରୀ ଅନିତାଙ୍କ ଥାନାକୁ ନେଇ ଆସିଥିଲା।