ସ୍ବାମୀର ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ମୂଷାକୁ ଖାଇବାକୁ ଦେଇଥିଲା ସ୍ତ୍ରୀ

ନୂଆଦିଲ୍ଲୀ: ରୁଷର ଜଣେ ମହିଳାଙ୍କୁ ସ୍ବାମୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜେଲ ହୋଇଥିଲା। ସେ ତାଙ୍କ ସ୍ବାମୀଙ୍କୁ ବିଷ ଦେଇ ମାରି ଦେଇଥିଲେ। କେବଳ ଏତିକି ନୁହେଁ ସ୍ବାମୀଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଆଉ ମୃତଦେହକୁ ଖଣ୍ଡଖଣ୍ଡ କରି ମୂଷାକୁ ଖାଇବାକୁ ଦେଇଥିଲେ। କିନ୍ତୁ ପ୍ରମାଣ ଅଭାବରୁ ମହିଳାଙ୍କୁ ଜାମିନ ମିଳି ଯାଇଛି। ଏହି ଘଟଣାକୁ ଏବେ ବି କେସ ଚାଲିଛି।

ଗତବର୍ଷ ଅଗଷ୍ଟରେ ଏହି ଘଟଣାରେ ମହିଳାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ଓକିଲ ଦାବି କରିଥିଲେ କି ଉକ୍ତ ମହିଳା ଜଣକ ତାଙ୍କ ମା’ଙ୍କ କଥାରେ ପଡ଼ି ସ୍ବାମୀଙ୍କୁ ବିଷ ଦେଇଥିଲେ। ସ୍ବାମୀଙ୍କ ଜଣେ ୨୫ବର୍ଷୀୟ ମହିଳାଙ୍କ ସହିତ ସମ୍ପର୍କ ଥିଲା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଏହି କାରଣରୁ ତାଙ୍କ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେବେ ଏହି ହତ୍ୟାକାଣ୍ଡରେ ସେ ସମସ୍ତ ପ୍ରମାଣକୁ ନଷ୍ଟ କରି ଦେଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜାମିନ ମିଳି ଯାଇଥିଲେ ହେଁ ଏହି  ଘଟଣାର ତଦନ୍ତ ଚାଲିଛି।

 

ସମ୍ବନ୍ଧିତ ଖବର