ଯୌନ ଉଦ୍ଦୀପକ ଔଷଧ ନେଇ ଶାରୀରିକ ସଂପର୍କ ରଖୁଥିଲା ସ୍ୱାମୀ, ବାରମ୍ବାର ଏପରି ହେବାରୁ ବିରକ୍ତ ହୋଇ ହତ୍ୟା କଲା ସ୍ତ୍ରୀ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌନ ଉଦ୍ଦୀପକ ଔଷଧ ନେଇ ଶାରୀରିକ ସଂପର୍କ ରଖୁଥିବାରୁ ବିରକ୍ତ ହୋଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଶୋଇଥିବା ସମୟରେ ଅଭିଯୁକ୍ତ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରିଥିବା ବେଳେ ମୃତ ସ୍ୱାମୀର ନାମ କାଲୁ ପହିଲବାନ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଅକ୍ଟୋବର ୧୦ରେ ପୁଲିସକୁ କାଲୁଙ୍କ ମୃତଦେହ ସେ ରହୁଥିବା ଘରୁ ମିଳିଥିଲା । ଏ ନେଇ ତାଙ୍କ ସ୍ତ୍ରୀଙ୍କୁ ପଚରାଯିବା ପରେ ପ୍ରଥମେ ସେ କାଲୁଙ୍କ ସାଙ୍ଗମାନଙ୍କ ଉପରେ ଦୋଷ ଲଦିଥିଲେ । କାଲୁଙ୍କ କିଛି ସାଙ୍ଗ ଘରକୁ ଆସିଥିବା ବେଳେ ମୋତେ ସେ ଉପର ଘରକୁ ପଠାଇ ଦେଇଥିଲେ । ତଳକୁ ଆସିବା ପରେ ମୁଁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି ବୋଲି ବୟାନ ଦେଇଥିଲେ କାଲୁଙ୍କ ସ୍ତ୍ରୀ । କିନ୍ତୁ ତଦନ୍ତ ଚାଲିବା ପରେ ସେ ବାରମ୍ବାର ନିଜ ବୟାନ ବଦଳାଇବାରୁ ପୁଲିସର କାଲୁଙ୍କ ସ୍ତ୍ରୀ ଉପରେ ସନ୍ଦେହ ଆସିଥିିଲା ।

Chicago Sun-Times

କାଲୁଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିବା ପରେ କୌଣସି ପ୍ରମାଣ ନ ମିଳିବାରୁ ପୁଲିସ ଶେଷରେ କାଲୁଙ୍କ ସ୍ତ୍ରୀକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ପରେ ସବୁ ସତ ଜଣାଇଥିଲେ ସେ । କାଲୁ ଯୌନ ଉଦ୍ଦୀପକ ଔଷଧ ନେଇ ତାଙ୍କ ସହ ଅମାନୁଷିକ ଭାବେ ଶାରୀରିକ ସଂପର୍କ ରଖୁଥିବାରୁ ରାଗରେ ସେ କାଲୁଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ପୁଲିସକୁ ଜଣାଇଥିଲେ । ଯାହା ପରେ ପୁଲିସ ଏବେ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର