ପ୍ରେମିକ ପାଇଁ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା, ସନ୍ଦେହ ନ ହେବା ପାଇଁ ୩ମାସ ପର୍ଯ୍ୟନ୍ତ ପୋତି ଥିବା ସ୍ଥାନରେ ରୋଷେଇ କରୁଥିଲା ସ୍ତ୍ରୀ, ଜାଣନ୍ତୁ କେମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

0

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମିକ ପାଇଁ ସ୍ୱାମୀକୁ ନିର୍ମମ ଭାବରେ ହତ୍ୟା ଏବଂ ପରେ ୩ମାସ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିବା ଖବର ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିବାର ୩ମାସ ପରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ଏବଂ ତା’ର ପ୍ରେମିକକୁ ଗିରଫ କରିଥିବା ବେଳେ ନିଜ ଅପରାଧ ପାଇଁ ଅଭିଯୁକ୍ତ ସ୍ତ୍ରୀ ଜମା ବି ଦୁଃଖିତ ନଥିବା ଦେଖାଯାଇଛି ।

ସୂଚନା ମୁତାବବ, ଶାହାଜାହନ୍‌ପୁରରେ ରହୁଥିବା ଭଗବାନ ସିଂଙ୍କ ପୁଅ ସୁରଜର ବିବାହ ୮ବର୍ଷ ତଳେ ମଦନପୁରରେ ରହୁଥିବା ସୁନୀତାଙ୍କ ସହ ହୋଇଥିଲା । ବିବାହ ପରେ ସୁନୀତା ନିଜ ଶାଶୁ ଘର ଲୋକଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ସୁରଜଙ୍କ ବାପା ଭଗବାନ ସିଂ ଘରୁ ବାହାରି ଅନ୍ୟ ଜାଗାରେ ରହିବାକୁ ଲାଗିଥିଲେ । ଏହି ସମୟରେ ସୁନୀତା ହରି ଓମ୍‌ ସିଂଙ୍କୁ ଭଲ ପାଇ ବସିବା ସହ ସୁରଜଙ୍କୁ ହତ୍ୟା କରିବାର ଯୋଜନା ବନାଇଥିଲେ ।

Closer magazine

ହତ୍ୟା କରି ଘରେ ପୋତି ଦେବା ସହ ତାହା ଉପରେ ୩ମାସ ରୋଷେଇ ମଧ୍ୟ କରିଥିଲେ । କେହି ଯେମିତି ସନ୍ଦେହ ନ କରନ୍ତୁ ସେ ନେଇ ସୁନୀତା ପୁଲିସରେ ମଧ୍ୟ ନିଖୋଜର ଅଭିଯୋଗ କରିଥିଲେ । କିନ୍ତୁ ସୁନୀତାଙ୍କ ଚାଲି ଚଳନ ଦେଖି ପୁଲିସ ସୁନୀତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା । ପରେ ତଦନ୍ତ କରାଯିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର