ସୁପ୍ରିମ କୋର୍ଟଙ୍କ ପରକୀୟା ପ୍ରୀତି ରାୟ ପାଇଁ ଚାଲିଗଲା ଜୀବନ: ତୁମେ ଅନ୍ୟ ସହ ଶାରୀରିକ ସଂପର୍କ ରଖିବା ପାଇଁ ମନା କରି ପାରିବ ନାହିଁ ବୋଲି ସ୍ୱାମୀ କହିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ

ଚେନ୍ନାଇ : ଗତ ସପ୍ତାହରେ ପରକୀୟା ପ୍ରୀତିକୁ ନେଇ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ । ପରକୀୟା ପ୍ରୀତିକୁ ଅପରାଧ ନୁହେଁ ବୋଲି କୋର୍ଟ ରାୟ ଦେଇଥିଲେ। ଏଥି ସହ ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ ସୁପ୍ରିମ କୋର୍ଟ । ତେବେ ଏହି ରାୟ ଗତ ଗୁରୁବାର ଘୋଷଣା କରାଯାଇଥିବା ବେଳେ ଶନିବାର ଜଣେ ମହିଳା ଏହାକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଚେନ୍ନାଇର ଏମ୍‌ଜିଆର୍‌ ନଗରରେ ରହୁଥିବା ଜଣେ ଚୌକିଦାର ନିଜ ସ୍ତ୍ରୀକୁ ସୁପ୍ରିମ କୋର୍ଟର ରାୟ ବିଷୟରେ ବୁଝାଇବା ସହ ଏବେ ତୁମେ ମୋତେ ଅନ୍ୟ ମହିଳାଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ମନା କରି ପାରିବ ନାହିଁ ବୋଲି କହିଥିଲେ। କାରଣ ସୁପ୍ରିମ କୋର୍ଟ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି କହି ସାରିଛନ୍ତି। ଏହା ଶୁଣିବା ପରେ ଚୌକିଦାରଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବେ ପୁଷ୍ପଲତା ଏବଂ ଜନ୍‌ ପଲ୍‌ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଘର ଲୋକଙ୍କୁ ବିରୋଧ କରି ଦୁହେଁ ବିବାହ କରିଥିଲେ । କିଛି ମାସେ ତଳେ ଜନ୍‌ ପୁଷ୍ପଲତାଙ୍କୁ ଟିବି ହୋଇଥିବା ଜାଣି ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହ ତାଙ୍କୁ କୌଣସି ଆର୍ଥିକ ସହାୟତା ଦେଇ ନଥିଲେ । ଏ ନେଇ ପୁଷ୍ପଲତା ଜନ୍‌ଙ୍କ ଜଣେ ସାଙ୍ଗକୁ ଜଣାଇବା ପରେ ଜନ୍‌ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖିଥିବା କହିଥିଲେ ଜନ୍‌ଙ୍କ ସାଙ୍ଗ ।

Capital Research Center

ଏହା ଜାଣି ପୁଷ୍ପଲତା ଜନ୍‌ଙ୍କ ସହ ଝଗଡ଼ା କରିବା ସହ ସେ ମହିଳାଙ୍କଠାରୁ ଦୂରରେ ରହିବା ପାଇଁ କହିଥିଲେ । ଯଦି ଏମିତି ନ କର ମୁଁ ପୁଲିସରେ ଅଭିଯୋଗ କରିବି ବୋଲି ପୁଷ୍ପଲତା ଜନ୍‌ଙ୍କୁ କହିବା ପରେ ହସିବାକୁ ଲାଗିଥିଲେ ଜନ୍‌ । ହସିବାର କାରଣ ପଚାରିବା ପରେ ଜନ୍‌ ସୁପ୍ରିମ କୋର୍ଟଙ୍କ ରାୟ ବିଷୟରେ ପୁଷ୍ପଲତାଙ୍କୁ ଜଣାଇବା ସହ ଅନ୍ୟ ମହିଳା ସହ ଶାରୀରିକ ସଂପର୍କ ରଖିବା ଏବେ ଆଉ ଅପରାଧ ନୁହେଁ ବୋଲି କହିଥିଲେ । ଜନ୍‌ଙ୍କଠାରୁ ଏସବୁ ଜାଣି ଆତ୍ମହତ୍ୟାକୁ ଏକ ମାତ୍ର ବାଟ ବାଛି ନେଇଥିଲେ ପୁଷ୍ପଲତା ।

ସମ୍ବନ୍ଧିତ ଖବର