ପ୍ରେମିକ ସହ ରହିବା ପାଇଁ ସ୍ୱାମୀକୁ ହତ୍ୟା କରି ଶୋଇବା ଘରେ ପୋତି ଥିଲା ସ୍ତ୍ରୀ, ତା’ ପରେ…

ପଟନା : ବିହାରର ଗୟା ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ପ୍ରେମିକ ପାଇଁ ସ୍ୱାମୀକୁ ମାରି ସ୍ତ୍ରୀ ଘରେ ପୋତି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମହିଳାଙ୍କର ଏ ଭଳି କାମ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଏହି ଅପରାଧ ପରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ସେ ଦେଇଥିବା ସୂଚନା ଅନୁସାରେ ସନ୍ଧାନ କରି ମୃତଦେହକୁ ଜବତ କରିଛି ।

Stabroek News

ସୂଚନା ମୁତାବକ, ହାହେସାଡ଼ି ଗ୍ରାମରେ ରହୁଥିବା ବାସୋ ତୁରୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ଯମୁନୀ ଦେବୀ ଏବଂ ତାଙ୍କ ପ୍ରେମିକ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଏକ ସପ୍ତାହ ପୂର୍ବରୁ ବାସୋ ତୁରୀ ନିଜ ଘରେ ଗାଁର କିଛି ଲୋକଙ୍କୁ ନେଇ ଏକ ଭୋଜିର ଆୟୋଜନ କରିଥିଲେ । ସେହି ଦିନଠାରୁ ତାଙ୍କର କିଛି ଖୋଜ୍‌ ଖବର ମିଳି ନଥିଲା । ଅନ୍ୟ ପକ୍ଷରେ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସାହାଯ୍ୟରେ ତାଙ୍କୁ ହତ୍ୟା କରି ନିଜର ଶୋଇବା ଘରେ ପୋତି ଦେବା ସହ ନିଜ ପ୍ରେମିକ ସହ ସେ ଘରେ ରହିବାକୁ ଲାଗିଥିଲେ । କିଛି ଦିନ ପରେ ଶବଟିକୁ ବେଶି ଗଭୀରରେ ପୋତା ଯାଇ ନ ଥିବାରୁ ସେଥିରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଥିଲା । କ’ଣ କରିବେ ବୋଲି ଭାବି ଯମୁନୀ ଦେବୀ ଗାଁର ସରପଞ୍ଚ ଦେଓ୍ଵନ୍ତି ଦେବୀଙ୍କୁ ସାହାଯ୍ୟ କରିବା ପାଇଁ ଲାଞ୍ଚ ଦେଇଥିଲେ । ସବୁ ବିଷୟରେ ଜାଣି ଯମୁନୀ ଦେବୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପୁଲିସକୁ ଜଣାଇଥିଲେ ଦେଓ୍ଵନ୍ତି ଦେବୀ । ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର