ନୂଆଦିଲ୍ଲୀ : ଦିଲ୍ଲୀରେ ସାମାନ୍ୟ କଥାକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀ ତାଙ୍କୁ ନ ଜଣାଇ ମହିଳାଙ୍କ ବାପ ଘରେ ଯାଇ ରାତ୍ରି ଭୋଜନ କରି ଆସିବାରୁ ରାଗରେ ମହିଳା ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ । ଏ ନେଇ ପୁଲିସରେ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବେବଚ୍ଛେଦ ପାଇଁ ପଠାଇଛି ପୁଲିସ ।
/sambad/media/post_attachments/wp-content/uploads/2019/04/download-12-300x168.jpg)
ସୂଚନା ମୁତାବକ, ମୃତ ସଙ୍ଗୀତାଙ୍କ ସ୍ୱାମୀ ରାମ୍ କିଶନ ସଙ୍ଗୀତାଙ୍କ ଭାଇକୁ ଘରକୁ ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ରାତ୍ରି ଭୋଜନ କରି ଆସିଥିଲେ । କିନ୍ତୁ ଘରେ ଅପେକ୍ଷା କରିଥିବା ସଙ୍ଗୀତା ପଚାରିବା ପରେ ମୁଁ ଖାଇ ନାହିଁ ବୋଲି କହିଥିଲେ ରାମ୍ କିଶନ । ମିଛ କହୁଥିବା ଜାଣି ସଙ୍ଗୀତା ରାଗିଯିବା ସହ ମଧ୍ୟାହ୍ନ ଭୋଜନ ପାଇଁ ଦିଆଯାଇଥିବା ଖାଦ୍ୟ ରାମ୍ କିଶନ ଖାଇ ନଥିବା ଦେଖି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଦୁହେଁ ଶୋଇବା ପାଇଁ ଚାଲି ଯାଇଥିଲେ । ରାମ୍ କିଶନ ଶୋଇଥିବା ଦେଖି ନିଜ ରାଗକୁ ସମ୍ଭାଳି ନ ପାରି ରୋଷେଇ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସଙ୍ଗୀତା । ସୋମବାର ସକାଳ ସମୟରେ ରାମ୍ କିଶନ ସଙ୍ଗୀତାଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ ।