ଉଦୟପୁର : ଉଦୟପୁରର ଗୋବର୍ଦ୍ଧନ ବିଲାସ ଥାନା ଅଞ୍ଚଳରେ ଶନିବାର ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ତ୍ରୀ ଘରୁ ରାଗରେ ଚାଲି ଯାଇଥିବା ବେଳେ ୫ ଦିନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଏହି ରାଗରେ ମୃତ ସ୍ୱାମୀ ନିଜକୁ ବୋମାରେ ଉଡ଼ାଇ ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତଦନ୍ତ ପରେ ମୃତକ ବଦ୍ରିଲାଲଙ୍କ ସ୍ତ୍ରୀ ୫ଦିନ ହେବ ରାଗରେ କେଉଁଆଡ଼େ ଚାଲି ଯାଇଥିବା ବେଳେ ଘରକୁ ଫେରି ନଥିଲେ । ଏହି ରାଗରେ ବଦ୍ରିଲାଲ ଏପରି କରିଥିବା ପୁଲିସର ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
The Express Tribuneସୂଚନା ମୁତାବକ ବଦ୍ରିଲାଲ ଖଣିରେ ପଥର ହାଣିବା କାମ କରୁଥିଲା । ହେମଲତାଙ୍କୁ ବିବାହ କରିବା ପରେ ତାଙ୍କର ୩ଟି ସନ୍ତାନ ଥିଲେ । ଝଗଡ଼ା ହେବା ପରେ ହେମଲତା ଘରୁ ପଳାଇବା ପରେ ସବୁ ଦିନ ଖୋଜିବା ପାଇଁ ଯାଉଥିଲେ ବଦ୍ରିଲାଲ । ଶନିବାର ଖୋଜା ଖୋଜି କରି ନ ପାଇବାରୁ ଖାଲି ହାତରେ ବଦ୍ରିଲାଲ ଘରକୁ ଫେରିଥିଲେ । କିଛି ସମୟରେ ଏକ ବୋମା ନେଇ ପାଖ ସ୍କୁଲକୁ ଯିବା ସହ ନିଜ ଅଣ୍ଟାରେ ବାନ୍ଧି ଦିଆସିଲ ଲଗାଇ ଦେଇଥିଲେ ବଦ୍ରିଲାଲ। ନିଆଁ ଲାଗିବା କ୍ଷଣି ସେ କିଛି ବଟେ ଦୌଡ଼ିବା ପରେ ବୋମାଟି ଫୁଟି ଯାଇଥିଲା । ପୁଲିସ ତଦନ୍ତରୁ ବଦ୍ରିଲାଲ କାମ କରୁଥିବା ଖଣିରୁ ବୋମା ଆଣିଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/do_1531718744.jpg)