ବିଜୟିନୀଙ୍କ ସ୍ୱାମୀଙ୍କୁ ହତ୍ୟା କଲେ ପଞ୍ଚାୟତ ନିର୍ବାଚନରେ ହାରି ଯାଇଥିବା ମହିଳାଙ୍କ ସ୍ୱାମୀ
ନୂଆଦିଲ୍ଲୀ: ନିକଟରେ ପୁଣେରେ ଅନୁଷ୍ଠିତ ଗ୍ରାମ ପଞ୍ଚାୟତ ନିର୍ବାଚନ ହାରି ଯାଇଥିବା ଜଣେ ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀଙ୍କ ବିପକ୍ଷରେ ଜିଣି ସରପଞ୍ଚ ହୋଇଥିବା ମହିଳାଙ୍କ ସ୍ୱାମୀଙ୍କୁ କାର୍ ଚଢ଼ାଇ ହତ୍ୟା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତ ବାଲାସାହେବ ସୋପନ ବନଶିବ ହେଉଛନ୍ତି ସନ୍ଦିଗ୍ଧ ଆତତାୟୀ ଅବିନାଶ କାମ୍ବଲେଙ୍କର ଆତ୍ମୀୟ। ଗୋଟାଏ ପୁରୁଣା ଜମି ବିବାଦ କାରଣରୁ ସେମାନଙ୍କର ରାଜନୈତିକ ଶତ୍ରୁତା ଜଟିଳ ହୋଇ ଯାଇଥିବାରୁ କାମ୍ବଲେ ବନଶିବଙ୍କୁ ଆକ୍ରମଣ କରିଥିଲେ।
ମାର୍ଚ ୧୩ ତାରିଖ ଦିନ ବନଶିବ ସକାଳ ବୁଲା ଲାଗି ଯାଇଥିଲା ବେଳେ କାମ୍ବଲେ କେତେ ଜଣ ଲୋକଙ୍କ ସହ କାମ୍ବଲେ ବସିଥିବା କାର୍ଟି ପଛ ପଟରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ପୀଡ଼ିତଙ୍କ ଉପରେ ଚଢ଼ିବା ପୂର୍ବରୁ କାର୍ଟି କେତେ ଥର କାମ୍ବଲେଙ୍କ ପାଖ ଦେଇ ଯା’ଆସ କରିଥିଲା।
ବନଶିବଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପଞ୍ଚାୟତ ନିର୍ବାଚନ ଜିଣିଥିବା ତାଙ୍କ ପତ୍ନୀ ମୀନାକ୍ଷି ଥାନାରେ ଏତଲା ଦେଇଛନ୍ତି କି, କେହି ଜଣେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥଲେ।
ଫଳରେ ପୁଲିସ ସମ୍ପୃକ୍ତ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରିଛି। ତଦନ୍ତକାରୀମାନେ ସେ କାର୍ ଏବଂ ସେଥିରେ ଅନ୍ୟମାନଙ୍କ ସହ କାମ୍ବଲେ ବସିଥିବାର ଫୁଟେଜ୍ ପାଇଛନ୍ତି।
ଏଥିପୂର୍ବରୁ ମଧ୍ୟ ମୀନାକ୍ଷି ଥାନାରେ ଅଭିଯୋଗ କରିଥିଲେ କି, ଗ୍ରାମ ପଞ୍ଚାୟତ ନିର୍ବାଚନ ଜିଣିଥିବାରୁ କେତେକ ଲୋକ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ଏହି କଥାକୁ ନେଇ ପୁଲିସ କାମ୍ବଲେ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ କରିଥିଲା।
ନିର୍ବାଚନ ଫଳାଫଳ ଘୋଷଣା କରାଯିବା ପରେ କାମ୍ବଲେ ବନଶିବଙ୍କୁ ଧମକ ଦେଇଥିବା ଖବର ମଧ୍ୟ ତାଙ୍କ ପାଖରେ ଅଛି ବୋଲି ପୁଲିସ କହିଛି।