ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ତାର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ଛୁଆକୁ ହତ୍ୟା କରିଥିଲା। ଆଉ ହତ୍ୟା କରିବା ପରେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ କରି ନିଷ୍ଠୁର ବାପା ନିଜ ସମ୍ପର୍କୀୟଙ୍କୁ ପଠାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର ସଲେମ ଜିଲ୍ଲାରୁ ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ୩୩ବର୍ଷର ମୁରଗନଙ୍କ ମୁରଗେଶ୍ବରୀଙ୍କ ସହିତ ବିବାହ ହୋଇଥିଲା। ଦୁହିଁଙ୍କ ଦୁଇଟି ସନ୍ତାନ ରହିଛି। ପୁଅର ବୟସ ୯ବର୍ଷ ଥିବା ବେଳେ ଝିଅର ବୟସ ୫ବର୍ଷ ଥିଲା। ମୁରଗନ ଗତ ୧୩ବର୍ଷ ହେବ ଏକ ରେସ୍ତୋରାଁରେ କାମ କରି ଆସୁଥିଲା। ତେବେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହେବା ପରେ ୧୦ଦିନ ହେବ ମୁରଗନ ଘରେ ରହିଥିଲା।
ଏହି ସମୟରେ ସ୍ବାମୀ ଜାଣିବାକୁ ପାଇଲା କି ତାର ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହିତ କଥା ହେଉଛି। ସ୍ତ୍ରୀକୁ କଥା ହେବାକୁ ମନା କରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତ ରବିବାର ମୁରଗନ ସ୍ତ୍ରୀର ସେଲଫୋନ ନେଇ ନିକଟସ୍ଥ ଏକ ଦୋକାନକୁ ଯାଇଥିଲା, ଆଉ ସାଥୀରେ ନିଜର ଦୁଇ ପିଲାଙ୍କୁ ବି ନେଇଥିଲା। ସେଠାରେ ଥିବା ଏକ ଆମ୍ବ ଗଛରେ ପୁଅ ଓ ଝିଅକୁ ଟାଙ୍ଗି ହତ୍ୟା କରିଥିଲା।
ଆଉ ଘଟଣାର ଭିଡିଓ ରେକର୍ଡିଂ ବି କରିଥିଲା। ଏହି ଭିଡିଓ ରେକର୍ଡିଂରେ କହିଥିଲା, ତୁମେ ମୋତେ ମାରିବାକୁ ଚାହୁଁଥିଲ ନା। ଦେଖ ମୁଁ ଏବେ ମରିଗଲି।’ ଏହି ଭିଡିଓ ମେସେଜ ମୁରଗନ ନିଜ ସମ୍ପର୍କୀୟଙ୍କୁ ପଠାଇ ଆତ୍ମହତ୍ୟା କରି ଦେଇଥିଲା।
ଏହି ଭିଡିଓ ପୁଲିସ ପାଖରେ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପ, ପୁଅ ଓ ଝିଅର ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-copy-30.jpg)