ସ୍ତ୍ରୀକୁ ହତ୍ୟା କରିବା ପରେ ମୁହଁରେ ଏଲପିଜି ଗ୍ୟାସ ପାଇପ ପୂରାଇ ଦେଇଥିଲା ସ୍ବାମୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇଟାରସି ରେଲୱେ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରୁ ଜଣେ ହତ୍ୟାକାରୀକୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତ ମୁମ୍ବ୍ରାରେ ତାର ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଝିଅକୁ ସାଥୀରେ ଧରି ଫେରାର ହୋଇଯାଇଥିଲା। ହତ୍ୟାକାରୀର ଫୋନ ଟ୍ରାକ କରି ପୁଲିସ ଅଭିଯୁକ୍ତକୁ ଇଟାରସି ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନରୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ମୁମ୍ବ୍ରାରେ ଜୀବନ ବାଗ ବୁରହାନିରେ ରହୁଥିବା ଶାହନବାଜ ସେଫି ନିଜର ପତ୍ନୀ ସଦଫ ସେଫିଙ୍କୁ ହତ୍ୟା କରି ନିଜର ଦୁଇବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିଲା। ପୁଲିସରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କରିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ସଦଫ ଓ ଶାହନବାଜଙ୍କ ପ୍ରେମ ବିବାହ ହୋଇଥିଲା। କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ସେପ୍ଟେମ୍ବର ୧ରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଜୋରସୋର ହୋଇଥିଲା। ଏଥିରେ ଶାହନବାଜ ରାଗି ଯାଇ ନିଜ ସ୍ତ୍ରୀକୁ ନିଶା ଔଷଧ ଖୁଆଇ ଦେଇଥିଲା। ସଦଫ ଅଚେତ ହୋଇଯିବା ପରେ ସ୍ବାମୀ ଶାହନବାଜ ଶରୀରର କିଛି ସ୍ଥାନରେ ନିଆଁ ଚେଙ୍କ ଦେବା ପରେ ସ୍ତ୍ରୀ ମୁହଁରେ ରୋଷେଇ ଗ୍ୟାସ ପାଇପ ପୂରାଇ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର