ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲେ ସ୍ତ୍ରୀ ତାର ବାପ ଘରକୁ ଚାଲିଯିବା ଏକ ସାଧାରଣ କଥା। ତେବେ ରାଜସ୍ଥାନର ଧୋଲପୁର ଭଦୌରିୟା ପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଅଜବ କାଣ୍ଡ ଦେଖିବାକୁ ମିଳିଥିଲା। ସେ ରାଗରେ ପାଖାପାଖି ୫୦ଫୁଟ ଉଚ୍ଚ ଗଛ ଉପକୁ ଚଢ଼ି ଯାଇ ସେଠାରେ ନିଜର ଦୁଇଗୋଡ଼କୁ ବାନ୍ଧି ଦେଇଥିବା ଦେଖିବାକୁ ମିଳିଥିଲା।
ତେବେ ଉକ୍ତ ବ୍ୟକ୍ତି ଜଣକ ଏଭଳି କାଣ୍ଡ ତାଙ୍କ ସ୍ତ୍ରୀ ବାପା ଘରୁ ଆସୁ ନଥିବାରୁ କରୁଥିବା ସ୍ଥାନୀୟଲୋକେ କହିଛନ୍ତି। ସ୍ଥାନୀୟଲୋକେ ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ଓ ଶିଢ଼ି ସାହାଯ୍ୟରେ ଗଛ ଉପରେ ଚଢ଼ି ଉକ୍ତ ବ୍ୟକ୍ତିଙ୍କୁ ବହୁ ବୁଝାସୁଝା କରିବାରେ ସେ ତଳକୁ ଓହ୍ଲାଇବା ପାଇଁ ରାଜି ହୋଇଥିଲେ। ସ୍ତ୍ରୀ ସଙ୍ଗୀତାକୁ ଘରକୁ ଫେରାଇ ଆଣିବା ପାଇଁ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ନାମ ଲହୋରେରାମ ଭଦୌରିୟା ବୋଲି ଜଣାପଡ଼ିଛି। ସ୍ବାମୀଙ୍କ ଏଭଳି ଡ୍ରାମା ସମ୍ପର୍କରେ ଖବର ପାଇ ସ୍ତ୍ରୀ ବାପଘରୁ ଫେରି ଆସିଛନ୍ତି।
ଲହୋରେରାମଙ୍କ କହିବାନୁସାରେ, ସଙ୍ଗୀତା ସହିତ ଗତ ୨ବର୍ଷ ତଳେ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ସେ ଘର ଛାଡ଼ି ନିଜ ବାପଘରକୁ ଚାଲି ଯାଇଥିଲା। ବହୁତ ବୁଝାସୁଝା ପରେ ବି ସେ ଆସିବାକୁ ରାଜି ହେଉ ନଥିଲ। ଏଥିପାଇଁ ସେ ପୁଲିସର ସାହାଯ୍ୟ ଲୋଡ଼ିଥିଲେ। କିନ୍ତୁ ଏ ପ୍ରସଙ୍ଗରେ ତାଙ୍କୁ କେହି ସାହାଯ୍ୟ ନକରିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Untitled-1-19.jpg)