ରଙ୍ଗ୍‌ ନମ୍ବର ଲଗାଇ ପ୍ରେମରେ ପଡ଼ିଲେ, ମହିଳା ବିଧବା ଓ ତାଙ୍କର ୮ବର୍ଷର ପୁଅ ଅଛି ବୋଲି ଜାଣି ମଧ୍ୟ ବିବାହ କଲେ ଯୁବକ, ତା’ପରେ ଏପରି ଘଟିଲା

ମୁଜାଫରପୁର : ଅଜଣା ନମ୍ବରରେ କଥା ହେବା ପରେ ଭଲ ପାଇବା ଏତେ ବଢ଼ିଗଲା ଯେ ଯୁବକ ହଜାର କିଲୋମିଟର ଦୂର ଯାଇ ୪୦ବର୍ଷିୟ ଜଣେ ବିଧବା ମହିଳାଙ୍କୁ ବିବାହ କଲେ । ମହିଳାଙ୍କର ୮ବର୍ଷର ପୁଅ ଅଛି ବୋଲି ଜାଣି ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କୁ ନିଜ ସ୍ତ୍ରୀ ହିସାବରେ ଗ୍ରହଣ କରିବା ସହ ତାଙ୍କ ପୁଅକୁ ନିଜ ପୁଅ ହିସାବରେ ଗ୍ରହଣ କରିଥିଲେ । କିନ୍ତୁ ବିବାହର ଏକ ବର୍ଷ ପରେ ସବୁ କିଛି ବଦଳିବାକୁ ଲାଗିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେବାରୁ ଯୁବକଙ୍କଠାରୁ ଅଲଗା ରହିବା ସହ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳାଙ୍କ ଅଭିଯୋଗ ପରେ ପୁଲିସ ଯୁବକଙ୍କୁ ଗିରଫ କରିବା ସହ ଜେଲ୍‌ ପଠାଇ ଦେଇଛି ।

iPleaders Blog

ସୂଚନା ମୁତାବକ,ବିହାରର ପାଟନାରେ ରହୁଥିବା ୨୭ବର୍ଷିୟ ରାହୁଲ କୁମାରଙ୍କ ଫୋନ ଭୁଲରେ ରାଞ୍ଚିକୁ ଲାଗି ଯାଇଥିଲା । ଜଣେ ମହିଳାଙ୍କ ସ୍ୱର ଶୁଣିବା ପରେ ଧିରେ ଧିରେ ଦୁଇ ଜଣ କଥା ହେବାକୁ ଲାଗିଥିଲେ । ରାହୁଲଙ୍କ ଭଲ ପାଇବା ବଢ଼ିବାରୁ ସେ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏ କଥା ଶୁଣି ସେ ଜଣେ ବିଧବା ଏବଂ ତାଙ୍କର ୮ବର୍ଷର ପୁଅ ଅଛି ବୋଲି କହିଥିଲେ ମହିଳା । ସବୁ ଜାଣିବା ପରେ ବିବାହ ପାଇଁ ରାଜି ହୋଇ ଯାଇଥିଲେ ରାହୁଲ । କିନ୍ତୁ ତାଙ୍କ ପରିବାର ଲୋକେ ରାଜି ନ ହେବାରୁ ଘର ଲୋକଙ୍କ ଇଚ୍ଛା ବିରୋଧରେ ବିବାହ କରିଥିଲେ ରାହୁଲ । ବିବାହର ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ନିଜ ଘରୁ ବାହାରି ଯିବା ସହ ରାହୁଲ ତାଙ୍କ ଉପରେ ଅତ୍ୟାଚାର କରିବା ସହ ତାଙ୍କର ଅଶ୍ଲୀଳ ଭିଡ଼ିଓ ତିଆରି କରିଥିବା ପୁଲିସକୁ ଜଣାଇଥିଲେ । ପୁଲିସ ମହିଳାଙ୍କ ଅଭିଯୋଗ ଗ୍ରହଣ କରି ରାହୁଲଙ୍କୁ ଗିରଫ କରିଥିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର