ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କିଛିମାସ ହେବ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ମାମଲା ଚର୍ଚ୍ଚାରେ ରହିଛି। ଇତିମଧ୍ୟରେ ଜ୍ୟୋତିଙ୍କ ଭଳି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ନିକଟରେ ଗାଜିପୁରରେ ଏହାର ଓଲଟ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

Advertisment

ସାଜିଦା ଓରଫ ରିୟା ପୁଲିସ ଥାନାରେ ପହଞ୍ଚି ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ‘୨୦୧୭ ନଭେମ୍ବର ୧୫ ତାରିଖରେ ମୋର ବିବାହ ହୋଇଥିଲା। ବିବାହ ପରେ ସ୍ବାମୀ କିଛି ରୋଜଗାର କରୁ ନଥିବା ଜାଣିବା ପରେ ମୁଁ ୫ହଜାର ଦରମାରେ ଏକ ଏନଜିଓରେ କ‌ାମ କରିବା ଆରମ୍ଭ କଲି। ଏଥିସହିତ ଏକ ଘରୋଇ ସ୍କୁଲରେ ୨୫୦୦ ଦରମାରେ ପିଲାଙ୍କୁ ପାଠ ବି ପଢ଼ାଇଲି।

ସ୍ବାମୀ ଧୀରେନ୍ଦ୍ରଙ୍କ ପାଠପଢ଼ାରେ ଖୁବ ଆଗ୍ରହ ଥିଲା। ତେଣୁ ମୁଁ ରୋଜଗାର କରୁଥିବା ଟଙ୍କ‌ା ସବୁ ସ୍ବାମୀଙ୍କ ପଢ଼ାରେ ଖର୍ଚ୍ଚ କରିଦିଏ, କାରଣ ତାଙ୍କର କୌଣସି ଚ‌ାକିରି ନଥିଲା। ମୁଁ ଭାବିଲି ସେ ପାଠପଢ଼ି ଭଲ ଚାକିରି କରିଦେଲେ ଆମେ ଭବିଷ୍ୟତରେ ଭଲରେ ସମୟ କାଟି ଦେବୁ। କିନ୍ତୁ ମୋ ସହ ଘଟିଲା ଓଲଟା।

୨୦୧୯ରେ ଧୀରେନ୍ଦ୍ରଙ୍କ ଜେଇ ପଦ ପାଇଁ ଚୟନ ହୋଇଯାଇଥିଲା। ଏହାପରେ ମୁଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲି। ସବୁକିଛି ଠିକଠାକ ଚାଲୁଥିବା ବେଳେ ସ୍ବାମୀ ହଠାତ ଦ୍ବିତୀୟ ବିବାହ କରିବାକୁ ବାହାରିଛନ୍ତି। ତାଙ୍କ ପରିବାର ୧୦ଲକ୍ଷ ଟଙ୍କା ଦାବି କରୁଛନ୍ତି । ଏହି ଟଙ୍କା ନଦେଲେ ମୋତେ ଘରୁ ବାହାର କରି ଦେବାକୁ ଧମକ ଦେଉଛନ୍ତି। ମୁଁ ଏବେ ତିନିମାସର ଅନ୍ତସତ୍ତ୍ବା ବି ଅଛି।’

ଏପଟେ ସ୍ବାମୀ ଧୀରେନ୍ଦ୍ର ସ୍ତ୍ରୀ ରିୟାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।