ପ୍ରେମିକକୁ ଭାଇ କହି ଶାଶୁ ଘରକୁ ଡ଼ାକିଲା ପ୍ରେମିକା, ସ୍ୱାମୀକୁ ବିଷ ଦେଇ ଫେରାର ହେବାର ଯୋଜନା ଥିବା ବେଳେ ଧରିଲା ପୁଲିସ

ପାଟନା: ବିହାରର ମୁଜାଫରନଗରରେ ଘଟିଥିବା ଘଟଣା ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀକୁ ବିଷ ଦେଇ ପ୍ରେମିକ ସହ ଫେରାର ହେବାର ଯୋଜନା ଥିବା ବେଳେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି ପୁଲିସ । ସ୍ୱାମୀକୁ ବିଷ ଦେବା ପାଇଁ ସ୍ତ୍ରୀ ନିଜ ପ୍ରେମିକକୁ ଭାଇର ପରିଚୟ ଦେଇ ଘରକୁ ଡ଼ାକିଥିବା ଜଣାପଡ଼ିଛି । ଏ ଘଟଣା ପରେ ପୀଡ଼ିତଙ୍କୁ ହସ୍ପିଟାଲ ନିଆଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ndarinfo.com

ସୂଚନା ମୁତାବକ,ଜୁନ୍‌ ୨୫ରେ ଅଭିଯୁକ୍ତ ବନ୍ଦନାଙ୍କ ବିବାହ ମୁଜାଫରପୁରର ମିଠାନପୁରରେ ରହୁଥିବା ଅବିନାଶଙ୍କ ସହ ହୋଇଥିଲା । ବନ୍ଦନା ଏହି ବିବାହରେ ଖୁସି ନ ଥିବାରୁ ସେ ଏହି ବିବାହକୁ ଭାଙ୍ଗିବାକୁ ଚାହିଁଥିଲେ, ଯେଉଁଥି ପାଇଁ ସେ ନିଜ ପ୍ରେମିକାକୁ ଭାଇ ବୋଲି ପରିଚୟ ଦେଇ ଶାଶୁ ଘରକୁ ଡ଼ାକିଥିଲେ । ରାତିରେ ପାର୍ଟି କରିବା ବାହାନାରେ ୩ ଜଣ ମୃଦୁପାନୀୟ ପିଇବା ସହ ବନ୍ଦନା ଅବିନାଶଙ୍କ ମୃଦୁପାନୀୟରେ ବିଷ ମିଶାଇ ଦେଇଥିଲେ । ପିଇବା ପରେ ଅବିନାଶଙ୍କ ଅବସ୍ଥା ଗମ୍ଭୀର ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ସହ ବନ୍ଦନା ଏବଂ ତାଙ୍କ ପ୍ରେମିକଙ୍କ ଉପରେ ସନ୍ଦେହ କରିଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ପଚରାଉଚରା କରିଥିଲା । ପ୍ରଥମେ ବନ୍ଦନା ମାନି ନ ଥିବା ବେଳେ ପରେ ସେ ନିଜ ଦୋଷକୁ ମାନିଥିଲେ ।

ସମ୍ବନ୍ଧିତ ଖବର