ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ପତ୍ନୀକୁ ଗିରଫ କରିଥିଲା ପୁଲିସ, କିନ୍ତୁ ପରେ ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବରେଲିରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା, ତାହାକୁ ଦେଖି ପୁଲିସର ହୋସ୍‌ ଉଡ଼ି ଯାଇଥିଲା । ଯେଉଁ ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ସ୍ତ୍ରୀ ଜେଲ୍‌ରେ ଥିଲା, ସେହି ସ୍ୱାମୀ ନିଜର ବେଶ ବଦଳାଇ ପଞ୍ଜାବର ଜଲନ୍ଧର ସହରରେ ରହୁଥିବା ଜାଣିବାକୁ ପାଇଥିଲା ପୁଲିସ ।

ढाबे पर भेष बदलकर रह रहा था जगजीत
oneindia.com

ସୂଚନା ମୁତାବକ, ବରେଲିର ଗୁରୁନାନକ ଅଞ୍ଚଳରେ ରହୁଥିବା ଜଗ୍‌ଜିତ୍‌ ସିଂହ ହଠାତ୍‌ ନିଜ ଘରୁ ଗାଏବ ହୋଇ ଯାଇଥିଲେ । ଜଗ୍‌ଜିତ୍‌ଙ୍କ ଯିବା ପରେ ତାଙ୍କ ପରିବାର ଲୋକେ ପତ୍ନୀ ରବିନ୍ଦରଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ରବିନ୍ଦର ନିଜ ବାପଘର ଲୋକଙ୍କ ସହ ମିଶି ଜଗ୍‌ଜିତ୍‌ଙ୍କୁ ହତ୍ୟା କରିବା ସହ ତାଙ୍କ ମୃତଦେହକୁ କେଉଁଠି ଲୁଚାଇ ରଖିଛନ୍ତି ବୋଲି ଜଗ୍‌ଜିତ୍‌ଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ରବିନ୍ଦରଙ୍କୁ ଗିରଫ କରିଥିଲା । ମାମଲା କୋର୍ଟକୁ ଯିବା ପରେ ଶୁଣାଣି ସମୟରେ ରବିନ୍ଦର ବାରମ୍ବାର ଜଗ୍‌ଜିତ୍‌ଙ୍କୁ ହତ୍ୟା କରି ନ ଥିବା କହିବା ଆରମ୍ଭ କରିଥିଲେ । ଏହା ସହ ତାଙ୍କ ସ୍ୱାମୀ କେଉଁଠି ଲୁଚି କରି ରହୁଥିବା ସେ ଅଦାଲତକୁ ଜଣାଇଥିଲେ । ରବିନ୍ଦରଙ୍କ ଦମ୍ଭୋକ୍ତିକୁ ଦେଖି ବିଚାରପତି ପୁଲିସକୁ ଜଗ୍‌ଜିତ୍‌ଙ୍କୁ ଖୋଜିବାର ଆଦେଶ ଦେଇଥିଲେ । ଅନେକ ଖୋଜିବା ପରେ ଜଗ୍‌ଜିତ୍‌ ଜଲନ୍ଧରର ଏକ ହୋଟେଲରେ ବାସନ ମାଜିବା କାମ କରୁଥିବାର ଜାଣିବାକୁ ପାଇଥିଲା ପୁଲିସ । ସେଠାକୁ ଯିବା ପରେ ଜଗ୍‌ଜିତ୍‌ ପ୍ରଥମେ ନିଜର ପରିଚୟ ଲୁଚାଇଥିବା ବେଳେ ପରେ ସବୁ ସତ ମାନିଥିଲା । ଏହା ସହ ବିବାହ ପରେ ରବିନ୍ଦରଙ୍କ ସହ ତାଙ୍କର ପଡ଼ୁ ନଥିବାରୁ ସେ ଘରୁ ଚାଲି ଆସିଥିବା କହିଥିଲେ ।

ସମ୍ବନ୍ଧିତ ଖବର