ଜିଇଁବି ମରିବି ତୁମରି ସାଥେ: ‘ଅନର୍‌ କିଲିଙ୍ଗ୍‌’ରେ ନିହତ ସ୍ବାମୀଙ୍କ କଥା ସ୍ମରଣ କଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତ୍ନୀ

ହାଇଦ୍ରାବାଦ: ‘ତାଙ୍କରି ସହ ଜିଇଁବେ ଏବଂ ତାଙ୍କରି ସହ ମରିବେ’ ବୋଲି ହାଇଦ୍ରାବାଦରେ ‘ଅନର୍‌ କିଲିଙ୍ଗ୍‌’ରେ ନିହତ ୨୫ ବର୍ଷିୟ ଦଳିତ ସ୍ବାମୀ କହିଥିଲେ ବୋଲି ତାଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର ପତ୍ନୀ ଆଶ୍‌ରିନ୍‌ ଗଣମାଧ୍ୟମକୁ କହିଛନ୍ତି। ଭାଇମାନେ ଭୀଷଣ ରାଗିଯାଇଛନ୍ତି ଯଦି ଆମେ ବାହା ହୁଅନ୍ତି ତେବେ ଅନର୍ଥ ଘଟିବ ବୋଲି ସ୍ବାମୀ ନାଗାରାଜୁଙ୍କୁ କହିବାରୁ ସେ କହିଥିଲେ, ‘ମୁଁ ମରିବାକୁ ପ୍ରସ୍ତୁତ’ ହୋଇ ରହିଛି।

ନାଗାରାଜୁଙ୍କ ସ୍ବାମୀ ସୟେଦ୍‌ ଆଶ୍‌ରିନ୍‌ ସୁଲତାନା ଓରଫ ପଲ୍ଲବୀ କହିଛନ୍ତି, ମୋ ଯୋଗୁଁ ତାଙ୍କ ଜୀବନ ବିପନ୍ନ ହେଉ ବୋଲି ଚାହୁଁ ନ ଥିବାରୁ ସେ ଆଉ କାହାକୁ ବାହା ହୁଅନ୍ତୁ ବୋଲି ବାହାଘରର କିଛି ମାସ ଆଗରୁ ମୁଁ ତାଙ୍କୁ ବୁଝାଇ କହିଥିଲି। ପରେ ଆମ ପରିବାର ଆମ କଥା ଜାଣି ତାଙ୍କୁ ମାରିବାକୁ ଧମକ ଦେଇଥିଲେ।

Image Courtesy of India Today

ବାହୁନି ବାହୁନି ସେ ପୁଣି ମଧ୍ୟ କହିଛନ୍ତି, ସାହାଯ୍ୟ ପାଇଁ ମୁଁ ଯେତେ ଆକୁଳ ନିବେଦନ କଲି, କେହି ମୋ ସ୍ବାମୀଙ୍କୁ ରକ୍ଷା କରିବା ଲାଗି ଆସିଲେ ନାହିଁ। ଉପସ୍ଥିତ ଲୋକମାନଙ୍କ ମଧ୍ୟରୁ ଯଦି କେହି ସାହାଯ୍ୟ କରିଥାଆନ୍ତେ, ମୋ ସ୍ବାମୀ ଆଜି ବଞ୍ଚି ଥାଆନ୍ତେ। ଖାଲି ଆମ କଥାରେ ନୁହେଁ, ଦୁନିଆରେ ଯେଉଁଠି ଏଭଳି ଅପରାଧ ଘଟୁଛି, ଲୋକେ ସାହାଯ୍ୟ କରିବାକୁ ଆଗେଇ ଯିବା ଉଚିତ। ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଆକ୍ରମଣ ଚାଲିଥିଲା, କେହି ସାହାଯ୍ୟ କଲେନାହିଁ।

ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ପରିବାରର ଅସମ୍ମତି ସତ୍ତ୍ବେ ନାଗାରାଜୁ ଓ ସୟେଦ୍‌ ଆଶ୍‌ରିନ୍‌ ସୁଲତାନା ଦୁଇ ମାସ ତଳେ ବିବାହ କରିଥିଲେ।

ଉଲ୍ଲେଖଯୋଗ୍ୟ, ବୁଧବାର ୯ଟା ବେଳେ ସରୂନଗର ତହସିଲ୍‌ ଅଫିସ୍‌ ନିକଟରେ ୨୫ ବର୍ଷିୟ ନାଗାରାଜୁଙ୍କୁ ଛୁରିଭୁସି ହତ୍ୟା କରାଯାଇଥିଲା। ଆତତାୟୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଅନେକ ଲୋକ ଏହି ବୀଭତ୍ସକାଣ୍ଡକୁ ସେମାନଙ୍କ ଫୋନ୍‌ରେ ସୁଟିଙ୍ଗ୍‌ କରିଛନ୍ତି।

ସମ୍ବନ୍ଧିତ ଖବର