ମଦ ଜବତ,ମହିଳାଙ୍କ ସମେତ ୫ ଗିରଫ

ଖଣ୍ଡଗିରି: ସୋମବାର ଭୁବନେଶ୍ବର ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏୟାର୍ ଫିଲ୍ଡ ଥାନା କାର୍ଗିଲ୍ ବସ୍ତି ଅଞ୍ଚଳର ଗୀତା ରାଉତ, ପମା ହେମ୍ବ୍ରମ୍, ଅଜ୍ଞାନ ସ୍ବାଇଁ, ମଞ୍ଚେଶ୍ବର ଥାନା ବରିମୁଣ୍ଡ କେନାଲ ରୋଡ୍ ଅଞ୍ଚଳର ବିଜୟ କୁମାର ମହାପାତ୍ର ଓ ଆକାଶ ସ୍ବାଇଁ। ସେମାନଙ୍କଠାରୁ ପ୍ରାୟ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସୂଚନାନୁସାରେ ଅବକାରୀ ବିଭାଗର ଏହି ସ୍କ୍ବାଡ୍ ଆଜି ପ୍ରଥମେ ବରିମୁଣ୍ଡ ଅଞ୍ଚଳରେ ଚଢ଼ଉ କରି ସେହି ଅଞ୍ଚଳରେ ନିୟମିତ ଦେଶୀ ମଦ କାରବାର ଆକାଶ ଓ ବିଜୟକୁ ଗିରଫ କରିବା ସହ ସେମାନଙ୍କଠାରୁ ପ୍ରାୟ ୧୦ ଲିଟର ଦେଶୀ ମଦ ଜବତ କରିଥିଲା। ପରେ କାର୍ଗିଲ୍ ବସ୍ତିରେ ଚଢ଼ଉ କରି ଗୀତା, ପମା ଓ ଅଜ୍ଞାନକୁ ଗିରଫ କରିଥିଲା। ବସ୍ତିରେ ଚଢ଼ଉ ହେଉଥିବା ଖବର ପାଇ ଅଜ୍ଞାନ ଖସି ପଳାଉଥିବାବେଳେ ଅବକାରୀ କର୍ମଚାରୀମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଶିଶୁଭବନ ଛକରୁ ଗିରଫ କରିଥିଲେ। ଏମାନଙ୍କଠାରୁ ପ୍ରାୟ ୨୦ ଲିଟର ମଦ ଜବତ କରାଯାଇଥିଲା। ଏହି ଚଢ଼ଉରେ ଆଇଆଇସି ପ୍ରଭାତ ସେଠୀ, ଏସ୍ଆଇ ଏଚ୍ସି ସାମନ୍ତ, ସୁଜିତ୍ ମୁଦୁଲି, ଅମରେଶ ଶତପଥୀ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର