ତୁମ ପ୍ରେମିକର ଆତ୍ମା ମୋ ଶରୀରରେ ଅଛି ବୋଲି ଦର୍ଶାଇ ୧୫ବର୍ଷ ଧରି ଏକ ଗୁମ୍ଫାରେ ଯୁବତୀଙ୍କୁ ଯୌନ ଦାସୀ କରି ରଖିଥିଲେ ଯୁବକ

ଇଣ୍ଡୋନେସିଆ : ୧୫ବର୍ଷ ଧରି ନିଜ ପରିବାରଠାରୁ ଦୂରରେ ରହିବା ପରେ ଶେଷରେ ଘରକୁ ଫେରିଛନ୍ତି ପୀଡ଼ିତା । ୧୩ ବର୍ଷ ବୟସ ହୋଇଥିବା ବେଳେ ପୀଡ଼ିତା ନିଜ ପରିବାର ଲୋକଙ୍କ ସହ ଇଣ୍ଡୋନେସିଆରେ ଥିବା ନିଜ ବନ୍ଧୁଙ୍କ ଘରକୁ ବୁଲି ଯାଇଥିଲେ । ଯେଉଁଠି ପୀଡ଼ିତାଙ୍କ ପରିବାର ଲୋକେ ପୀଡ଼ିତାଙ୍କୁ ସେଠାରେ ଛାଡ଼ି ଚାଲି ଆସିଥିଲେ । କିଛି ଦିନ ଯିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କ ସଂପର୍କିୟ ଶମନଙ୍କୁ ପୀଡ଼ିତାଙ୍କ ବିଷୟରେ ପଚାରିବା ପରେ ସେ କାମ ସନ୍ଧାନରେ ଜାର୍କତା ଯାଇଥିବା କହିଥିଲେ ଶମନ । କିଛି ଦିନ ଅପେକ୍ଷା ପରେ ଘର ଲୋକ ପୀଡ଼ିତାଙ୍କୁ ଆଉ ଖୋଜି ପାଇ ନଥିଲେ । ଦୀର୍ଘ ୧୫ବର୍ଷ ପରେ ପୀଡ଼ିତାଙ୍କୁ ଶମନଙ୍କ ଘର ପାଖରେ ଥିବା ଏକ ଗୁମ୍ଫାରୁ ଉଦ୍ଧାର କରିଛି ପୁଲିସ । ଶମନ ପୀଡ଼ିତାଙ୍କୁ ଯୌନ ଦାସୀ ଭାବେ ରଖି ୧୫ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ ବୋଲି ପୁଲିସ ଜଣାଇଛି ।

deccanchronicle.com

ସୂଚନା ମୁତାବକ,ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ଶମନଙ୍କ ପାଖରେ ଛାଡ଼ି ଆସିବା ପରେ ଶମନ ପୀଡ଼ିତାଙ୍କୁ ମିଛ କାହାଣୀ ଶୁଣାଇବାକୁ ଲାଗିଥିଲେ । ଶମନଙ୍କ ଭିତରେ ପୀଡ଼ିତାଙ୍କ ପ୍ରେମିକ ଅମ୍ରିନ୍‌ଙ୍କ ଆତ୍ମା ଅଛି ବୋଲି କହି ସେ ତାଙ୍କ ପ୍ରେମିକ ବୋଲି ପୀଡ଼ିତାଙ୍କ ମନରେ ବିଶ୍ୱାସ ଆଣିଥିଲେ । ଯାହା ପରେ ପୀଡ଼ିତା ବିଶ୍ୱାସ କରିବା ପରେ ସେ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ୧୫ବର୍ଷ ପରେ ପୁଲିସ ପୀଡ଼ିତାଙ୍କୁ ଖୋଜି ପାଇବା ସହ ଶମନଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର