ଜୟପୁର: ସମ୍ପର୍କୀୟ ଭାଇକୁ ଭେଟିବାକୁ ଯାଇଥିଲେ ମହିଳା । ଘର ପଛପଟୁ ମିଳିଲା ଖଣ୍ଡବିଖଣ୍ଡିତ ଶରୀର । ରାଜସ୍ଥାନରେ ଘଟିଛି ଏଭଳି ଘଟଣା। ଏବେ ପୁଲିସ ଫେରାର ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । କୁହାଯାଉଛି ଯେ, ମହିଳା ୨ଦିନ ହେଲା ନିଖୋଜ ଥିଲେ। ଅନେକ ଖୋଜାଖୋଜି ପରେ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲା ପୁଲିସ। ମୃତକଙ୍କ ନାମ ଅନୀତା ଚୌଧୁରୀ(୫୦) ବୋଲି ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ୨୭ରେ ଯୋଧପୁରରେ ଏକ ବିୟୁଟି ପାର୍ଲର ଚଳାଉଥିବା ଅନୀତା ଅପରାହ୍ନ ପ୍ରାୟ ୨.୩୦ରେ ସେଲୁନ୍ ବନ୍ଦ କରିଥିଲେ । ହେଲେ ସେ ରାତିରେ ଘରକୁ ଫେରିନଥିଲେ । ଏହାର ଗୋଟିଏ ଦିନ ପରେ ତାଙ୍କ ସ୍ୱାମୀ ମନମୋହନ ଚୌଧୁରୀ (୫୬) ନିଖୋଜ ଅଭିଯୋଗ ପୁଲିସ ନିକଟରେ ଦାଖଲ କରିଥିଲେ । ପୀଡିତାଙ୍କ ମୋବାଇଲ୍ ଠିକଣା ଏବଂ କଲ୍ ରେକର୍ଡ ଯାଞ୍ଚ କରି ପୁଲିସକୁ ଗୁଲ ମହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା । ମହମ୍ମଦ, ପୀଡିତାଙ୍କ ବନ୍ଧୁ ଥିଲେ। ସେ ତାଙ୍କୁ ଭାଇ ଭଳି ସମ୍ମାନ ଦେଉଥିଲେ ବୋଲି ପୁଲିସ କହିଛି ।
ତେବେ ମହମ୍ମଦଙ୍କ ପତ୍ନୀଙ୍କୁ ପୁଲିସ ପଚରାଉଚରା କରିବା ପରେ ସେ ଅନୀତାଙ୍କ ମୃତଦେହ ତାଙ୍କ ଘର ପଛରେ ପୋତି ଦିଆଯାଇଥିବା କହିଥିଲେ । ଏହା ଜାଣିବା ପରେ ପୁଲିସ ମାଟି ଖୋଳିବାରୁ ଅନୀତାଙ୍କ ଶରୀରର ୬ଖଣ୍ଡ ମିଳିଥିଲା । ଏହି ଘଟଣା ପରେ ମହମ୍ମଦ ଫେରାର ଥିବା ବେଳେ ତା’ ପତ୍ନୀକୁ ହେପାଜତକୁ ନେଇଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/31/aqgMuWU5COeqUjlGA9nB.jpg)