ପ୍ରେମିକକୁ ମାରିବା ପାଇଁ ନିଜ ପେଟର ବ୍ୟବହାର କଲା ପ୍ରେମିକା, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ଯେଉଁଭଳି ଭାବରେ ନିଜ ପ୍ରେମିକର ହତ୍ୟା କରିଛନ୍ତି,ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହତ୍ୟା କରିବାର ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଜଣକ ନିଜର ଓଜନିଆ ପେଟର ବ୍ୟବହାର କରି ନିଜ ପ୍ରେମିକକୁ ହତ୍ୟା କରିବାର ଅଭିଯୋଗ ହେବା ପରେ ଏବେ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବା ଜଣାପଡ଼ିଛି ।

ଗିରଫ ହେବା ପରେ ଅଭିଯୁକ୍ତ ମହିଳା ତାଙ୍କ ଦୋଷ ସ୍ୱୀକାର କରି ନେଇଥିଲେ । ୧୩୩ କିଲୋର ଏହି ମହିଳା ଜଣକ ମୃତ ପ୍ରେମିକ ଶୋଇଥିବା ବେଳେ ତାଙ୍କ ଉପରେ ଯାଇ ବସିବା ସହ ନିଜ ପେଟକୁ ମୃତ ପ୍ରେମିକର ବେକରେ ରଖିଥିଲେ । ଯାହାଦ୍ୱାରା ମୃତକଜଣଙ୍କ ଅଣନିଶ୍ୱାସ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପୁଲିସ ଦେଇଥିବା ସୂଚନାରୁ ଜଣାପଡ଼ିଛି ।

ଅନ୍ୟ ପକ୍ଷରେ ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଅଦାଲତରେ ଏକ ଭିନ୍ନ କାହାଣୀ କହିଥିଲେ ମଧ୍ୟ ଅଦାଲତ ତାହାକୁ ଗ୍ରହଣ କରି ନଥିଲା । ମହିଳାଜଣକ ନିଶା ନେଇ ନିଜ ପ୍ରେମିକ ଉପରେ ଯାଇ ବସି ପଡ଼ିଥିଲେ । ଅଧିକ ନିଶାରେ ଥିବାରୁ ମହିଳାଜଣକ ନିଜ ପ୍ରେମିକ ଉପରେ ଶୋଇ ପଡ଼ିବାରୁ ଅଣନିଶ୍ୱାସୀ ହୋଇ ପ୍ରେମିକ ମୃତ୍ୟୁବରଣ କରିଥିଲା ବୋଲି ମହିଳାଙ୍କ ଓକିଲ ଅଦାଲତକୁ ଜଣାଇଥିଲେ ମଧ୍ୟ ଅଦାଲତ ଏହାକୁ ଗ୍ରହଣ କରି ନ ଥିଲା । ମହିଳାଙ୍କ ଏହି ଦୋଷ ପାଇଁ ତାଙ୍କୁ ୧୮ରୁ ୩୬ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର