ନୂଆଦିଲ୍ଲୀ: ନୋଏଡାର ସୁପ୍ରିମକୋର୍ଟର ମହିଳା ଓକିଲଙ୍କ ହତ୍ୟା ଘଟଣାରେ ପୁଲିସ ହତ୍ୟାକାରୀ ସ୍ବାମୀକୁ ଖୋଜି ବାହାର କରିଛି। ତେବେ ହତ୍ୟାକାରୀ ସ୍ବାମୀ ଓକିଲ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଷ୍ଟୋର ରୁମରେ ଲୁଚି ବସି କାନ୍ଦୁଥିଲା । ବିଳମ୍ବିତ ରାତିରେ ପୁଲିସ ଘରର ଷ୍ଟୋର ରୁମରୁ ହତ୍ୟାକାରୀ ସ୍ବାମୀକୁ ବାହାରକୁ ବାହାର କରିଥିଲା। ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ପୁଲିସ।
ସୂଚନାଯୋଗ୍ୟ, ନୋଏଡା ସେକ୍ଟର ୩୦ସ୍ଥିତ ଡି-୪୦କୋଠିରେ ରହୁଥିବା ରେନୁ ସିହ୍ନାଙ୍କ ଶରୀରକୁ ଗତ ରବିବାର ରାତିରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପୁଲିସ ଶୌଚାଳୟରୁ ଉଦ୍ଧାର କରିଥିଲା। ଉଦ୍ଧାର ପୂର୍ବରୁ ସେଠାକାର ସ୍ଥିତି ଦେଖି ପୁଲିସ ବି ଭୟଭୀତ ହୋଇ ଯାଇଥିଲା। କାରଣ ସମଗ୍ର ଚଟାଣ ୬୧ବର୍ଷୀୟ ଓକିଲ ରେନୁ ସିହ୍ନାଙ୍କ ରକ୍ତରେ ବୁଡ଼ିଯାଇଥିଲା।
ମୃତ ରେନୁ ସିହ୍ନା ସୁପ୍ରିମକୋର୍ଟରେ ଅଭ୍ୟାସ କରୁଥିଲେ। ରେନୁଙ୍କ ହତ୍ୟା ହୋଇଥିବା ପରିବାରଲୋକ ଅଭିଯୋଗ କରି କହିଛନ୍ତି। ରେନୁଙ୍କ ସ୍ବାମୀଙ୍କ ବିରୋଧରେ ପରିବାରଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।
ପୁଲିସ ସୂତ୍ରରୁପ୍ରକାଶ, ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ରହୁଥିବା ଘରର ଷ୍ଟୋର ରୁମରେ ଲୁଚି ଯାଇଥିଲା। ସେ ସ୍ତ୍ରୀକୁ ହତ୍ୟା କରିବା ପରଠାରୁ ସେଠାରେ ଲୁଚି ରହିଥିଲା। କୁହାଯାଉଛି କି ପାଖାପାଖି ୨୪ଘଣ୍ଟା ହେବ ଷ୍ଟୋର ରୁମରେ ସେ ଲୁଚିଥିଲା ଆଉ କାନ୍ଦୁଥିଲା। ପୁଲିସ ରେନୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଘଟଣା ବିଷୟରେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ପାରିବ।