ଚନ୍ଦ୍ରଶେଖରପୁର: ଆଜି ରାତିରେ ଚନ୍ଦ୍ରଶେଖରପୁର ଥାନା ଭିତରେ ଜଣେ ମହିଳାଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଥାନା ଭିତରେ ପଶି ଜଣେ ମହିଳା ପୁଲିସ୍‌ ମାଡ଼ ମାରିଛନ୍ତି। ତେବେ କେଉଁ କାରଣପାଇଁ ମହିଳାଜଣଙ୍କ ହଠାତ୍ ଥାନା ଭିତରେ ପଶି ଡ୍ୟୁଟିରେ ଥିବା ମହିଳା କର୍ମଚାରୀଙ୍କୁ ୩ଚାପୁଡ଼ା ମାରିଛନ୍ତି। ଘଟଣା ନେଇ ଥାନା ଅଧିକାରୀ ଗିରିଶ ମହାରଣା ତଦନ୍ତକରୁଥିବା କହିଛନ୍ତି। ଅନ୍ୟପକ୍ଷରେ ମାଡ଼ ମାରିଥିବା ମହିଳା ଜଣଙ୍କୁ ମଧ୍ୟ ପୁଲିସ୍ ଅଟକରଖିଥିବା ସୂଚନା ମିଳିଛି।

Advertisment

ଘଟଣା ଅନୁଯାୟୀ ମହଳିା ଜଣଙ୍କ ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଜ ପରିବାରସହ ରୁହନ୍ତି କୌଣସି ଏକ ଘଟଣାକୁ ନେଇ ସେ ଥାନାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁକରିଥିଲେ। ପୁଲିସ୍ ମାମଲାକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ନନେଉଥିବାରୁ ମହିଳାଜଣଙ୍କ ଅତିଷ୍ଠ ହୋଇ ଆଜି ରାତିରେ ତାଙ୍କ ମାମଲାର ଷ୍ଟାଟସ୍ କଣ ହୋଇଛି ‌ଓ ତେକେଦୂର ଆଗେଇଛି ବୋଲି ଜାଣିବାପାଇଁ ଚେଷ୍ଟାକରୁଥିଲା ‌ବେଳେ ଥାନାରେ ଡ଼ିସିଓ ଥିବା ମହିଳା କର୍ମଚାରୀଜଣଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଫଳରେ ଡ଼ିସିଓ ମହିଳା ପୁଲିସ୍ ଜଣଙ୍କ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଅନ୍ୟ ଏକ ସ୍ଥାନକୁ ଟାଣିନେଇ କଥା ହେଉଥିଲା ବେଳେ ଅଭିଯୋଗ କରିବାପାଇଁ ଅସିଥିବା ମହିଳା ଗାରିଯାଇ ତାଙ୍କୁ ଶକ୍ତ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ। ଏହାପରେ ପାଖରେ ଥିବା ଅନ୍ୟ ଦୁଇ ଜଣ ମହିଳା କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଏବଂ ନେଇ ଥାନା ଅଧିକାରୀ ଶ୍ରୀ ମହାରଣାଙ୍କୁ ସୂଚନାଦେଇଥିଲେ।

ଆହୁରି ପଢ଼ନ୍ତୁ: Ganja: ଜଳେଶ୍ଵରରେ ଗଞ୍ଜେଇ ବେପାରୀ ହାଉଜାଉ; ଗ୍ରାହକଙ୍କ ତାଲିକା ରେ ଯୁବ ବର୍ଗ ଅଧିକ

ଅନ୍ୟପକ୍ଷରେ ଅଭିଯୋଗ କରିବାପାଇଁ ଆସିଥିବା ମହିଳା ଜଣଙ୍କ ତାଙ୍କ କେସ୍ ଷ୍ଟାଟସ୍ ବୁଝିବାପାଇଁ ଆସି ଥାନା ଆଇଆଇସିଙ୍କ ଚ୍ୟାମ୍ବର ଭିତରକୁ ବଳପୂର୍ବକ ପଶି କେହି ନଥିବା ଦେଖି ଡ଼ିସିଓ ଥିବା ମହିଳା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବାରୁ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା ଯାହାନେଇ ଅଭିଯୋଗ କରିବାପାଇଁ ଆସିଥିବା ମହିଳା ଜଣଙ୍କ କାର୍ଯ୍ୟରତ ମହିଳା ପୁଲିସ୍‌କୁ ମାଡ଼ମାରିଥିଲେ। ତେବେ ଏନେଇ ଥାନାର କେହିଜଣେ କର୍ମଚାରୀ ଯୁକ୍ତିତର୍କ ଓ ଆକ୍ରମଣର ଭିଡ଼ିଓ କରିଥିବାରୁ ଉକ୍ତ ଭିଡ଼ିଓକୁ ପୁଲିସ୍ ତଦନ୍ତକରୁଥିବା କହିଛି। କେଉଁ କାରଣରୁ ଏପରି ଘଟଣାଘଟିଲା ଏବଂ ଦୋଷଯଦି ଆକ୍ରୋଷମୂଳକଭାବେ ପୁଲିସକୁ ଆର୍କମଣ କରିଥିବ ତେବେ ତାଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।